ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ରେ ବିଜ୍ଞାନ ମେଳା 

ଭୁବନ, ୨୨/୦୧/୨୦୨୬ (ଓଡ଼ିଶା ସମାଚାର)-  ଭୁବନ ସ୍ଥିତ ସେଣ୍ଟ୍ ଜାଭିୟର୍ସ ପବ୍ଲିକ୍ ସ୍କୁଲ୍ ରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ବିଦ୍ୟାଳୟ ପରିସର ଏହି ଅବସରରେ ବିଭିନ୍ନ ଆକର୍ଷଣୀୟ ମଡେଲ୍‌, ଚାର୍ଟ୍‌ ଓ ବିଜ୍ଞାନ ଆଧାରିତ ପ୍ରୟୋଗରେ ସୁସଜ୍ଜିତ ହୋଇଥିଲା ।

ଏହି ବିଜ୍ଞାନ ମେଳାରେ ମୁଖ୍ୟ ଅତିଥି ଭାବେ ବାଜିରାଉତ ମହାବିଦ୍ୟାଳୟର ପ୍ରାଧ୍ୟାପକ ଡ଼ଃ ହରେକୃଷ୍ଣ ପଣ୍ଡା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଭୂଷଳ ଗ୍ରାମ ସ୍ଥିତ ଏସ୍. ଟି. ଏନ୍ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୋମନାଥ ବେହେରା ,ମହିଳା ମହାବିଦ୍ୟାଳୟ ରସାୟନ ବିଜ୍ଞାନ ଅଧ୍ୟାପକ ଶୁଭମ ବେହେରା ଏବଂ ପ୍ରାଣୀ ବିଜ୍ଞାନ ପ୍ରାଧ୍ୟାପିକା ଶ୍ରୀମତୀ ସୁଶ୍ରୀ ସମ୍ବେଦିତା ସ୍ୱାଇଁ ଯୋଗଦେଇ ବିଜ୍ଞାନ ମେଳା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା ମନୋଭାବ, ତର୍କଶକ୍ତି ଓ ଆତ୍ମବିଶ୍ୱାସ ବୃଦ୍ଧି କରିବା ସହିତ ଭବିଷ୍ୟତରେ କିଛି ନୂଆ ଗବେଷଣା କାର୍ଯ୍ୟର କେନ୍ଦ୍ରବିନ୍ଦୁ ସାଜିବ ବୋଲି ମତବ୍ୟକ୍ତ କରିଥିଲେ।

     ଏହି ବିଜ୍ଞାନ ମେଳାରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ସକ୍ରିୟ ଭାବରେ ଅଂଶଗ୍ରହଣ କରି ପରିବେଶ ସୁରକ୍ଷା, , ସୌର ଶକ୍ତି, ମୋବାଇଲ୍‌ ଫୋନର କୁପ୍ରଭାବ, ବାୟୁ ଶୁଦ୍ଧିକରଣ, ସ୍ମାର୍ଟ୍‌ କୃଷି ପ୍ରଣାଳୀ, ଖାଦ୍ୟ ପିରାମିଡ୍, ଅଣୁଦର୍ଶୀ, ଉଲ୍ଲମ୍ବ କୃଷି, ସିକ୍ସ୍ – ଷ୍ଟ୍ରୋକ୍ ଇଞ୍ଜିନ୍ ଭଳି ବିଭିନ୍ନ ବିଷୟ ଉପରେ ତିରିଶ ଗୋଟି ଆକର୍ଷଣୀୟ ମଡେଲ୍‌ ପ୍ରଦର୍ଶନ କରିଥିଲେ ।

  ଅଧ୍ୟକ୍ଷ ସିତେଶ୍ ରଞ୍ଜନ ଦାଶ ଓ ପ୍ରତିଷ୍ଠାତା ଜିତେନ୍ଦ୍ର ଦାସ ଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ବିଜ୍ଞାନ ମେଳାରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *