କଟକ ସଦର ୧୩/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) ରାଜ୍ୟ ସରକାରଙ୍କ ପକ୍ଷରୁ ଏପ୍ରିଲ ୧ ରୁ ଓଡ଼ିଆ ପକ୍ଷ ପାଳନ କରାଯାଉଥିବା ପରିପ୍ରେକ୍ଷୀରେ ଆଜି ସୋମବାର ଦିନ କଟକ ସଦର ପଞ୍ଚାୟତ ସମିତି ଆନୁକୁଲ୍ୟରେ କନ୍ଦରପୁର କଲେଜ ପରିସରରେ ପାରମ୍ପରିକ ଆମ ରୁଚି ଆମ ଖାଦ୍ୟ ମେଳା ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଏହାକୁ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରିଥିବା ବେଳେ ଏଥିରେ ଵିଡିଓ ପ୍ରତୀକ ସାହୁ, ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକଙ୍କ ସମେତ ବହୁ ଅଧିକାରୀ ଯୋଗଦେଇଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ହୃଷିକେଶ ଜେନା, ନିରଞ୍ଜନ ରାଉଳ, ଅକ୍ଷୟ ଜେନା ପିଇଓ ମଣ୍ଟୁ ମହନ୍ତ ଙ୍କ ସମେତ କନ୍ଦରପୁର କଲେଜ ଅଧ୍ୟକ୍ଷା ଡ଼ଃ ସ୍ୱାତୀ ପଣ୍ଡା, ଡ଼ଃ ଅମୀୟ ନାୟକ, ଡ଼ଃ ସଂଗ୍ରାମ କେଶରୀ ଜଗଦେବ, ଅଧ୍ୟାପକ ଏସ୍ ଚକ୍ରବର୍ତ୍ତୀ, ସଂଗ୍ରାମ ବେହେରା, ବୈଦ୍ୟନାଥ ପଣ୍ଡା ପ୍ରମୁଖ ଙ୍କ ସମେତ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀମାନେ ସହାୟତା କରିଥିଲେ।
