କଟକ ସଦର, ୧୮/୦୪/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ଠାରେ ଥିବା ଅଗ୍ରଣୀ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଉନତ୍ରିଂଶତିତମ ବାର୍ଷିକ ଉତ୍ସବ ୨୦୨୪-୨୫ ଆଜି ଶୁକ୍ରବାର ସଂଧ୍ୟାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି।
ଏହି ଉପଲକ୍ଷେ ବିଦ୍ୟାମନ୍ଦିରର ପରିଚାଳନା ସମିତି ସଭାପତି ପ୍ରଫୁଲ୍ଲ ଚନ୍ଦ୍ର କରଙ୍କ ସଭାପତିତ୍ବରେ ଆୟୋଜିତ ଶୈକ୍ଷିକ ଓ ସାଂସ୍କୃତିକ ସଭାରେ କଟକ ସାଂସଦ ଭର୍ତୃହରି ମହତାବ, କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ଓଡ଼ିଶା ଶିକ୍ଷା ବିକାଶ ସମିତି ଉପସଭାପତି କମଳାକାନ୍ତ ମିଶ୍ର ପ୍ରମୁଖ ଯୋଗ ଦେଇ ଶିକ୍ଷା, ଶିକ୍ଷାୟତନ ଓ ଶିକ୍ଷକଙ୍କ ଉପରେ ଆଲୋକପାତ କରିଥିଲେ।
ପ୍ରଧାନାଚାର୍ଯ୍ୟ ପ୍ରଭାକର ବେହେରା ସ୍ୱ।ଗତ ଅଭିଭାଷଣ ରଖିଥିବା ବେଳେ ପରିଚାଳନା ସମିତି ସଂପାଦକ ନବଘନ ରାଉତ ସଂପାଦକୀୟ ବିବରଣୀ ପ୍ରଦାନ କରିଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା। ପରିଚାଳନା ରେ ପୂର୍ବତନ ସମିତି ସଭାପତି ତଥା ଉପଦେଷ୍ଟା ହୃଷିକେଶ ଜେନା, ଉପଦେଷ୍ଟା ରାଧାକୃଷ୍ଣ ସ୍ୱ।ଇଂ, ଉପସଭାପତି ସନ୍ତୋଷ ତ୍ରିପାଠୀ,ସହ ସଂପାଦକ ପ୍ରଭାତ ମଲ୍ଲିକ, ଲୋଚନ ପରିଡ଼ା ଙ୍କ ସମେତ ସମସ୍ତ ଗୁରୁଜୀ ଗୁରୁମା ଓ କର୍ମଚାରୀ ମାନେ ସହାୟତା କରିଥିଲେ।
