ଭୁବନେଶ୍ୱର,୦୯/୦୬/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ରାଜ୍ୟରେ ଆଉ ୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜନସ୍ୱାସ୍ଥ୍ୟ ନିର୍ଦ୍ଧେଶକ ଡା. ନୀଳକଙଋ ମିଶ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଏଥି ସହିତ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୯ କୁ ବୃଦ୍ଧି ପାଇଛି । ସେଥି ମଧ୍ୟରୁ ୧୫ ଜଣ ସୁସ୍ଥ ହୋଇସାରିଛନ୍ତି । ଏବେ ୩୪ ଜଣ ସକ୍ରିୟ ସଂକ୍ରମିତଙ୍କ ଚିକିତ୍ସା ଜାରି ରହିଛି ।
ଏନେଇ ଜନସ୍ୱାସ୍ଥ୍ୟ ନିର୍ଦେଶକ ନୀଳକଂଠ ମିଶ୍ର ସୂଚନା ଦେଇଛନ୍ତି । ବର୍ତମାନ ସୁଦ୍ଧା କଟକ ଜିଲାରେ ୨୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି । ଏମାନଙ୍କ ମଧ୍ୟରୁ ୫ ଜଣ ହସ୍ପିଟାଲରେ ଥିବା ବେଳେ ବାକି ୧୭ ଜଣ ହୋମ କ୍ୱାରେଂଟାଇନରେ ଅଛନ୍ତି । ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି, କଟକରେ ଭୟାବହ ପରିସ୍ଥିତି ନାହିଁ । ଲକ୍ଷଣ ଥିଲେ ଘରେ ରୁହନ୍ତୁ, ମାସ୍କ ପିନ୍ଧନ୍ତୁ,ଭିଡ଼ ଭିତରକୁ ଯାଆନ୍ତୁ ନାହିଁ, ଚିକିତ୍ସା କରାନ୍ତୁ ବୋଲି ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ହୋତା କହିଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହାର ମୁକାବିଲା ଲାଗି ରାଜ୍ୟମାନଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ଭିତିଭୂମି ଓ ଯଥେଷ୍ଟ ପରିମାଣର ଅକ୍ସିଜେନ୍ ସିଲିଣ୍ଡର ଗଚ୍ଛିତ ରଖିବାକୁ ମାର୍ଗଦର୍ଶିକା ଜାରି କରିଛନ୍ତି । ହାତ ସାନିଟାଇଜ କରିବା, କାଶ କିମ୍ବା ଛିଙ୍କ ହେଲେ ରୁମାଲ ବା ମାସ୍କ ବ୍ୟବହାର କରିବା, ଶରୀର ଅସୁସ୍ଥ ଥିଲେ ଭିଡ଼ଠୁ ଦୂରେଇ ରହିବାକୁ ମନ୍ତ୍ରାଳୟ ପରାମର୍ଶ ଦେଇଛି । ସେହିପରି ଶ୍ୱାସଜନିତ ସମସ୍ୟା କିମ୍ବା ଅସୁସ୍ଥ ଅନୁଭବ କଲେ ତୁରନ୍ତ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ପରାମର୍ଶ ଦିଆଯାଇଛି । ଅଯଥା ଗୁଜବକୁ ବିଶ୍ୱାସ ନକରିବାକୁ ମନ୍ତ୍ରାଳୟ କହିଛି । ସେପଟେ ସମସ୍ତ ରାଜ୍ୟକୁ ଆବଶ୍ୟକୀୟ ପରିମାଣର ଅକ୍ସିଜେନ ମହଜୁଦ ରଖିବା ସହ ମେଡ଼ିକାଲ ବେଡ, ଭେଂଟିଲେଟର, ଆବଶ୍ୟକୀୟ ପରିମାଣର ଔଷଧ ମହଜୁଦ ରଖିବାକୁ ନିର୍ଦ୍ଧେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ ।