କଟକ, ୦୩/୦୫/୨୦୨୬ (ଓଡ଼ିଶା ସମାଚାର)- ସୋମବାର ବାଙ୍କୀ ବ୍ଲକ ଠାରେ ଜିଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହେବ । ଏହି ଅଭିଯୋଗ ଶୁଣାଣି ଶିବିର ସକାଳ ୭ଟା ସମୟରେ ଆରମ୍ଭ ହୋଇ ପୂର୍ବାହ୍ନ ୧୦ଟା ପର୍ଯ୍ୟନ୍ତ ଚାଲିବ । ଅଭିଯୋଗକାରୀମାନେ ଏହି ସମୟରେ ଉପସ୍ଥିତ ରହି ନିଜ ଅଭିଯୋଗଗୁଡିକ ପଞ୍ଜୀକରଣ କରି ପାଳି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବା ସହ ଶୃଙ୍ଖଳିତ ଭାବେ ଅଭିଯୋଗ ଶୁଣାଣିରେ ଭାଗ ନେବାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି । ଏହି ଶିବିରରେ ଜିଲାପାଳ ଏବଂ ଅନ୍ୟାନ୍ୟ ଜିଲାସ୍ତରୀୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗର ଶୁଣାଣି କରିବେ । ଏଥିସହ ଜିଲାର ବିଭିନ୍ନ ପଂଚାୟତ ସ୍ତରରେ ହେଉଥିବା ଜନ ଅଭିଯୋଗ ଶୁଣାଣିଗୁଡିକ ମଧ୍ୟ ସକାଳ ୭ ଘଟିକାଠାରୁ ୧୦ ଘଟିକା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଆରମ୍ଭ ହେବ ସକାଳ ୭ରୁ
