ଶ୍ରୀ ବଳଦେବଜୀଉଙ୍କ ଅନନ୍ତ ବେଶ

କେନ୍ଦ୍ରାପଡ଼ା, ୧୬/୧୦/୨୦୨୪ (ଓଡ଼ିଶା ସମାଚାର)- ଅରିଲୋ ଆଶ୍ରମର ବାବା ବଳିଆଙ୍କ ଅନନ୍ତ ବଳିଆ ଟ୍ରଷ୍ଟ କେନ୍ଦ୍ରାପଡା ଶାଖା ପକ୍ଷରୁ ବୁଧବାର ଶ୍ରୀ ବଳଦେବଜୀଉଙ୍କ ସପ୍ତଦଶତମ ବାର୍ଷିକ ଅନନ୍ତ ବେଶ ଅନୁଷ୍ଠିତ ହୋଇଯାଇଛି । ପ୍ରତୁ୍ୟଷରୁ ଶ୍ରୀ ଜୀଉଙ୍କ ପହୁଡ ଫିଟିବାପରେ ଆଳତି କରାଯାଇ ନୀତିସ୍ନାନ କରାଯାଇଥିଲା । ଏହାପରେ ଦିଅଁମାନଙ୍କୁ ନୂତନ ଅଙ୍ଗବସ୍ତ୍ରରେ ସଜ୍ଜିତ କରାଯାଇ ବାବା ବଳିଆଙ୍କ ପକ୍ଷରୁ ଦିଅଁଙ୍କ ପାଦରେ ଏକହଜାର ଆଠଶହ ତୁଳସୀ ଅର୍ପଣ କରାଯାଇଥିଲା । ସନ୍ଧ୍ୟାରେ ଦିଅଁମାନଙ୍କୁ ଅନନ୍ତ ବେଶରେ ସଜ୍ଜିତ କରାଯାଇଥିଲା । ଏହି ବେଶ ଦେଖିବାପାଇଁ ମନ୍ଦିର ପରିସରରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାବେଶ ହୋଇଥିଲା । ପ୍ରତିବର୍ଷ ଭଳି ବାବା ବଳିଆ ବଳଦେବ ତତ୍ୱଉପରେ ପ୍ରବଚନ ପ୍ରଦାନ କରିଥିଲେ । ଏହି ପ୍ରବଚନ କାର୍ଯ୍ୟକ୍ରମରେ ଅରିଲୋ ଆଶ୍ରମର ଗୋପାଳ ଭାଇ, ସଞ୍ଜୟ ଭାଇ, କୁନୁ ଭାଇ ଓ ଚିଦାନନ୍ଦ ଭାଇଙ୍କ ସମେତ ଅନନ୍ତ ବଳିଆ ଟ୍ରଷ୍ଟ କେନ୍ଦ୍ରାପଡା ଶାଖା ପକ୍ଷରୁ ଗୋପ ରାମ ମନ୍ଦିରର ତତ୍ୱାବଧାରକ ବାବାଜୀ କମଳାକାନ୍ତ ଦାସ, ଗୁରୁ କୃଷ୍ଣ ବାବା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହ ଯୋଗ କରିଥିଲେ । ମଧ୍ୟାହ୍ନ ଓ ସନ୍ଧ୍ୟାରେ ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ଭକ୍ତମାନଙ୍କୁ ଅନ୍ନ ପ୍ରସାଦ ବଂଟନ କରାଯାଇଥିôଲା । ଏହି ପ୍ରବଚନ କାର୍ଯ୍ୟକ୍ରମରେ ଦୁଇ ହଜାରରୁ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *