ତାନ୍ତ୍ରିକ ମୋବାଇଲରେ ୪ଶହ ମହିଳାଙ୍କ ଅଶ୍ଳୀଳ ଭିଡ଼ିଓ

ବାରିପଦା,୧୮/୦୭/୨୦୨୫(ଓଡ଼ିଶା ସମାଚାର)-ଚିତାବାଘ ଚମଡା ଚୋରାଚାଲାଣ ରାକଟର ଚେର ଖୋଜୁ ଖୋଜୁ ଏକ ସ୍ପର୍ଶକାତର ଘଟଣା ସାମନାକୁ ଆସିଛି । ନିକଟରେ ୩ ବାଘଛାଲ ଜବତ ଘଟଣାରେ ଜଣେ ତାନ୍ତ୍ରିକ, ଶିକ୍ଷକ ସମେତ ୭ ଜଣ ଗିରଫ ହୋଇଥିଲେ । ଏହି ରାକେଟର ଅଧିକ ତଦନ୍ତ ବେଳେ ଜଣାପଡିଛି ଯେ ତାନ୍ତ୍ରିକ ଗୁରୁ୍ରପ୍ରସାଦ ପାତ୍ର ଜଣେ ଶିକ୍ଷକଙ୍କ ଜରିଆରେ ଗ୍ରାମାଂଚଳରୁ ମହିଳା ସଂଗ୍ରହ କରୁଥିଲା ।

ଏହି ତାନ୍ତ୍ରିକର ମୋବାଇଲରେ ପ୍ରାୟ ୪ଶହ ମହିଳା ଙ୍କ ଅଶ୍ଳୀଳ ଭିଡ଼ିଓ ରହିଛି ।ଧନପ୍ରାପ୍ତି, ସନ୍ତାନପ୍ରାପ୍ତି ପ୍ରଭୃତି ଲୋଭ ଦେଖାଇ ଶିକ୍ଷକ ଜଣକ ତାନ୍ତ୍ରିକ ପାଇଁ ମହିଳା,ଯୁବତୀ ଖୋଜି ଆଣି ତାକୁ ଦେଉଥିଲା ଓ ବିନିମୟରେ ମୋଟା ଅଙ୍କର ପାଉଣା ପାଉଥିଲା । ଜବତ ମୋବାଇଲ ରାଜ୍ୟ ଫରେନସିକ ଲାବୋରେଟୋରୀକୁ ପଠାଯାଇଛି । ଯାଂଚ ପରେ ଅଧିକ ତଥ୍ୟ ଜଣାପଡିବ ବୋଲି କୁହାଯାଇଛି । ତାନ୍ତ୍ରିକ ଜଣକ ତନ୍ତ୍ର ସାଧନା ପାଇଁ ବାଘ ମାରୁଥିଲା ବୋଲି କୁହାଯାଇଛି । ତାକୁ ବନବିଭାଗ ରିମାଣ୍ଡରେ ଆଣି ପଚରାଉଚୁରା କରିବ ବୋଲି ଏକ ସୂତ୍ରରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *