ବସନ୍ତପୁର ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଚିତ୍ରାଙ୍କନ , ପେନ୍ଟିଙ୍ଗ , ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ୨୬ ରେ

ଗରଦପୁର,୨୧/୦୧/୨୦୨୬(ଓଡ଼ିଶା ସମାଚାର)- ଆସନ୍ତା ଜାନୁଆରୀ ୨୬ ତାରିଖ ଦିନ ଗରଦପୁର ବ୍ଲକ୍ ତେଣ୍ଡାକୁଡ଼ା ପଂଚାୟତ ଅନ୍ତର୍ଗତ ବସନ୍ତପୁର ଠାରେ ଥିବା ଶ୍ରୀ ଶ୍ରୀ ଶିରିଡ଼ି ସାଇ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ନର୍ସରୀ ଠାରୁ ୯ମ ପର୍ଯ୍ୟନ୍ତ ୪ ଗୋଟି ଗୃପ୍ ରେ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ଓ ସାଇ ବାବା ଙ୍କ ସମ୍ପର୍କରେ ଚିତ୍ରାଙ୍କନ , ପେନ୍ଟିଙ୍ଗ , ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏହି ପ୍ରତିଯୋଗିତା ବସନ୍ତପୁର ଠାରେ ଥିବା ସାଇ ମନ୍ଦିର ପରିସରରେ ଜାନୁଆରୀ ୨୬ ତାରିଖ ସକାଳ ୯ ଟା ଠାରୁ ଅନୁଷ୍ଠିତ ହେବ ।

ନର୍ସରୀ ଠାରୁ ଷ୍ଟାଣ୍ଡାର୍ଡ଼ ୧ ପର୍ଯ୍ୟନ୍ତ କିଡ୍ସ ଗୃପ୍, ଷ୍ଟାଣ୍ଡାର୍ଡ଼ ୨ ରୁ ଷ୍ଟାଣ୍ଡାର୍ଡ଼ ୪ ପର୍ଯ୍ୟନ୍ତ ସବ ଜୁନିଅର ଗୃପ୍, ଷ୍ଟାଣ୍ଡାର୍ଡ଼ ୫ ରୁ ଷ୍ଟାଣ୍ଡାର୍ଡ଼ ୭ପର୍ଯ୍ୟନ୍ତ ଜୁନିଅର ଗୃପ୍ ଷ୍ଟାଣ୍ଡାର୍ଡ଼ ୮ ରୁ ଉପର ସିନିଅର ଗୃପ୍ ଭାବେ ୪ ଗୋଟି ଗୃପ୍ କରାଯାଇଛି । ଚିତ୍ରାଙ୍କନ ଓ ପେନ୍ଟିଙ୍ଗରେ ଅଂଶ ଗ୍ରହଣ କରିବାକୁ ଥିବା ପ୍ରତିଯୋଗୀମାନେ ନିଜ ନିଜର କ୍ଲିପ୍ ବୋର୍ଡ଼, ନ୍ସେିଲ, ରଙ୍ଗ ବାକ୍ସ ଆଦି ଉପକରଣ ସାଙ୍ଗରେ ଆଣିବେ । ସେହିପରି ସଙ୍ଗୀତ ଓ ନୃତ୍ୟ ପ୍ରତିଯୋଗିତାରେ କେବଳ ଭକ୍ତି ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯିବ । ସଙ୍ଗୀତ ଓ ନୃତ୍ୟ ପରିବେଷଣ ପାଇଁ ୩ ମିନିଟ୍ ରୁ ୫ ମିନିଟ୍ ସମୟ ଦିଆଯିବ । କୌଣସି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ତେବେ ବିଚାରକଙ୍କ ନିଷ୍ପତି ସମସ୍ତେ ମାନିବାକୁ ବାଧ୍ୟ ରହିବେ । ଏ ସମ୍ପର୍କରେ ଗରଦପୁର ବ୍ଲକ୍ ରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟ ଓ ସମସ୍ତ ସିଆରସିସି ମାନଙ୍କୁ ବ୍ଲକ୍ ଶିକ୍ଷାଧିକାରୀ ମାନଙ୍କୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *