କେଳି କଦମ୍ବ ହାଇସ୍କୁଲ ୧୯୮୩ ଵ୍ୟାଚ ପୁରାତନ ବିଦ୍ୟାର୍ଥୀଙ୍କ ବନ୍ଧୁ ମିଳନ,ଗୁରୁ ଶିଷ୍ୟ ପରମ୍ପରା ବଜାୟ ରଖିଲେ 

କଟକ ସଦର ୧୮/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଯଶପଡା କେଳି କଦମ୍ବ ହାଇସ୍କୁଲ ୧୯୮୩ ଵ୍ୟାଚର ପୁରାତନ ବିଦ୍ୟାର୍ଥୀ ମାନଙ୍କ ପକ୍ଷରୁ ଆଜି ରବିବାର ଦିନ କମରପଦା ଅର୍ଛୀଲ ଭୁଟାନ ଗାଦି ଠାରେ ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଶିଵ ପ୍ରସାଦ ପଣ୍ଡା ଙ୍କ ପୈ।ରୋହିତ୍ୟରେ ଆୟୋଜିତ ବନ୍ଧୁ ମିଳନ ସଭାରେ ପୁରାତନ ତଥା ଅବସରପ୍ରାପ୍ତ ଶିକ୍ଷକ ସାଧୁ ଚରଣ ଜେନା, ବିଷ୍ଣୁ ଚରଣ ପଣ୍ଡା, ନିରଞ୍ଜନ ସ୍ୱ।ଇଁ, ଧିରେନ୍ଦ୍ର ପଣ୍ଡାଙ୍କୁ ଉତ୍ସସିତ ସମ୍ବର୍ଦ୍ଧନା ଦିଆଯାଇ ଗୁରୁ ଶିଷ୍ୟ ପରମ୍ପରାକୁ ଉଜ୍ଜୀବିତ ରଖାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ମୁଖ୍ୟ ଉଦ୍ୟୋକ୍ତା ଆଲୋକ ରାୟ, ବଳରାମ ଦାସ,ଭବାନୀ ସେଠୀ, ବଳରାମ ସେଠୀ,କେଶବ ସେଠୀ,ଅରୁଣା ଲେଙ୍କା ପ୍ରମୁଖ ବହୁ ପୁରାତନ ବିଦ୍ୟାର୍ଥୀ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *