ଭାରତର ମାନ୍ୟବର ଉପରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ

ଜାନୁଆରୀ ୨୩ ପରାକ୍ରମ ଦିବସରେ କଟକ ସ୍ଥିତ ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ ।

ଜିଲ୍ଲା ସଂସ୍କୃତି ଭବନ କରିବେ ଉଦଘାଟନ ।

ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ।

ଭୁବନେଶ୍ୱର,୨୦/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତର ମାନ୍ୟବର ଉପରାଷ୍ଟ୍ରପତି ଶ୍ରୀ ସି ପି ରାଧାକ୍ରିଷ୍ଣନ ଆଗାମୀ ଜାନୁଆରୀ ୨୩ ତାରିଖରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି  ।  ସେଦିନ ମାନ୍ୟବର ଉପରାଷ୍ଟ୍ରପତି ନେତାଜୀ  ସୁଭାଷ ଚନ୍ଦ୍ର ବୋଷ ଙ୍କ ଜୟନ୍ତୀ ବା ପରାକ୍ରମ ଦିବସ ଉପଲକ୍ଷେ କଟକ ଓଡ଼ିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ ।

ଏହି ଅବସରରେ ମାନ୍ୟବର ଉପ ରାଷ୍ଟ୍ରପତି ନିକଟସ୍ଥ ଜିଲ୍ଲା ସଂସ୍କୃତି ଭବନ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି  ।

ମାନ୍ୟବର ଉପ ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଓ ସୂଚାରୁରୂପେ ପରିଚାଳନା କରିବା ପାଇଁ ଆଜି ଏକ ରାଜ୍ୟସ୍ତରୀୟ ପ୍ରସ୍ତୁତି ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଙ୍କ ଅଧ୍ୟକ୍ଷତାରେ  ଲୋକ ସେବା ଭବନ ସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ଉପ ରାଷ୍ଟ୍ରପତି ସେଦିନ ସ୍ୱତନ୍ତ୍ର ବାୟୁସେନା ବିମାନ ଯୋଗେ ନୂଆ ଦିଲ୍ଲୀ ରୁ ବାହାରି ଭୁବନେଶ୍ୱର ବିମାନ ବନ୍ଦରରେ ସକାଳ ୮. ୫୦ ରେ ପହଁଚିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ସେ ସଡ଼କ ପଥରେ କଟକ ଯାତ୍ରା କରି ୯. ୩୫ ସୁଦ୍ଧା ନେତାଜୀ ଜନ୍ମ ସ୍ଥାନ ସଂଗ୍ରହାଳ ୟରେ ପହଁଚି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ଲୋକ ଭବନରେ ମଧ୍ୟାନ୍ନ ଭୋଜନ କରିବେ । ଅପରାହ୍ଣ ୨ଟା ସୁଦ୍ଧା ମାନ୍ୟବର ଉପରାଷ୍ଟପତି ଭୁବନେଶ୍ୱର ବିମାନ ବନ୍ଦରରୁ କୋଲକାତା ଅଭିମୁଖେ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ, ଖଣି ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଶ୍ରୀ ହେମନ୍ତ ଶର୍ମା, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚି ବ ଶ୍ରୀ ସଞ୍ଜୟ କୁମାର ସିଂ ଙ୍କ ସମେତ ଅନ୍ୟ ସମ୍ପୃକ୍ତ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ । ରାଜ୍ୟ ପୁଲିସ ମହା ନିର୍ଦ୍ଦେଶକ ଶ୍ରୀ ୱାଇ ବି ଖୁରାନିଆ, ପୁଲିସ କମିଶନର ଶ୍ରୀ ଏସ ଦେବଦତ୍ତ ସିଂ, ଜିଲ୍ଲାପାଳ, କଟକ  ପ୍ରମୁଖ ଆଭାସୀ ମାଧ୍ୟମରେ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

-0-

ପଠାଣି ରାଉତ,ମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *