ସାମାଜିକ ସଂଗଠନର ସକ୍ରିୟ ସଦସ୍ୟ ପ୍ରକାଶ ସାହୁଙ୍କ ପିତୃ ବିୟୋଗ,ଶୋକର ଛାୟା

କଟକ ସଦର,୧୨/୧୧/୨୦୨୬ ( ଓଡିଶା ସମାଚାର / ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ ଵମ୍ଵୁରି ଵିଲସାହିର ବରିଷ୍ଠ ବିଜେଡି ନେତା ତଥା ସାମାଜିକ ସଂଗଠନ ବିଷ୍ଣୁପ୍ରିୟା ସେବା ସମିତି ର ସକ୍ରିୟ ସଦସ୍ୟ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ପିତା ତ୍ରିଲୋଚନ ସାହୁ (ପାକିଲି) ୬୧ ଙ୍କର ଆଜି ଗୁରୁବାର ଦିନ ପରଲୋକ ଘଟିଛି। ସିଏ ଦୀର୍ଘ ଦିନ ହେଲା କିଡନୀ ରୋଗରେ ପୀଡିତ ହୋଇ ଚିକିତ୍ସାଧିନ ଥିଲେ।

ତାଙ୍କ ମୃତ୍ୟୁରେ ସଂଗଠନ ର ଅଧ୍ୟକ୍ଷା ତଥା କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ, ସଂପାଦକ ଆୟତପୁର ସରପଂଚ ରାକେଶ ବେହେରା, କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା, ଜିତେନ୍ଦ୍ର ଦାଶ, ସନ୍ତୋଷ ରାଉତ, ଅଶୋକ ପାତ୍ର ପ୍ରମୁଖ ବହୁ ବ୍ୟକ୍ତିବିଶେଷ ଶୋକ କରିବା ସହିତ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *