ଲକ୍ଷ୍ମୀପୁର, ୨୪/୦୨/୨୦୨୪ (ଓଡ଼ିଶା ସମାଚାର/ପ୍ରମୋଦ ଜେନା) – କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ପିପଳ ପଦର ପଞ୍ଚାୟତର ବିଷମ ପୁର ଗାଁରେ ପାନୀୟ ଜଳର ସମସ୍ୟା ଉତ୍କଟ ରୂପ ନେଉଛି।ଗାଁରେ କୌଣସି ନଳକୂପ ନଥିବା ବେଳେ ଗ୍ରାମବାସୀଙ୍କୁ ଏବେ ଚିନ୍ତା ଘାରିଛି। ଦୁଇ ବର୍ଷ ତଳେ ସେଠାରେ ଏକ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ହେଇଥିଲା। ହେଲେ ତାହା ନିର୍ମାଣର ଛଅ ମାସ ପରେ ଖରାପ ହେଇଯିବାରୁ ଆଜକୁ ଦେଢ଼ ବର୍ଷ ହେଲାଣି ଲୋକେ ବିଶୁଦ୍ଧ ପାନୀୟ ଜଳ ପାଇବାରୁ ବଞ୍ଚିତ ଅଛନ୍ତି।ଏନେଇ ଆଜି ଗ୍ରାମର ମହିଳା ମାନେ ଲକ୍ଷ୍ମୀପୁର ମହିଳା ଲୋକ ବିକାଶ ମଞ୍ଚ ସହ ମିଶି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେଶ୍ୱର ଭୋଇଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଆଗକୁ ଖରାଦିନ ଆସୁଛି । ନଦୀନାଳ ଶୁଖିଯିବା ପୂର୍ବରୁ ତୁରନ୍ତ ଉକ୍ତ ପ୍ରକଳ୍ପ ମରାମତି କରିବା ସହ ଗ୍ରାମରେ ନୂତନ ନଳକୂପ ସ୍ଥାପନ କରି ବିଷମପୂର୍ ଗାଁ ରେ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଦାବି ପତ୍ରରେ ଉଲ୍ଲେଖ ରହିଛି।ଦାବି ପତ୍ର ଗ୍ରହଣ ପରେ ବିଷମପୁର ଗ୍ରାମ ପରିଭ୍ରମଣ କରି ଗାଁର ପାନୀୟ ଜଳ ସମସ୍ୟା ଅତି ଶୀଘ୍ର ଦୂର କରିବାକୁ ବିଡ଼ିଓ ଶ୍ରୀଯୁକ୍ତ ଭୋଇ ପ୍ରତି ଶୃତି ଦେଇଛନ୍ତି।
ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କଲେ ମହିଳା ଲୋକ ବିକାଶ ମଞ୍ଚ
