କଟକ ସହିଦ ଭବନରେ ଜିଲ୍ଲାସ୍ତରୀୟ ନୂତନ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

କଟକ ସଦର,୧୨/୧୧/୨୦୨୬ ( ଓଡିଶା ସମାଚାର / ବିଷ୍ଣୁ ବେହେରା): ଆଜି ଗୁରୁବାର ଦିନ କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ସହିଦ୍ ଭବନ ଠାରେ ମଧୁବାବୁ ପେନସନ ଯୋଜନାରେ ନୂତନ ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ ଓ ଏକୀକୃତ ପେନସନ ପରିଚାଳନା ପୋର୍ଟାଲ (UPMP) ର ଶୁଭ ଉଦ୍ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, କଟକ ଲୋକସଭା ସାଂସଦ ଭର୍ତୃହରି ମହତାବ, କେଏମସି ମେୟର ସୁବାସ ସିଂହ, ବାରବାଟି କଟକ ବିଧାୟିକା ସୋଫିଆ ଫିରଦୋସ, କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ମାହାଙ୍ଗା ବିଧାୟକ ଶାରଦା ପ୍ରଧାନ, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ପ୍ରମୁଖ ଯୋଗ ଦେଇଥିଲେ।

 

Leave a Reply

Your email address will not be published. Required fields are marked *