କଟକ ସଦର ଵିଡିଓ ପ୍ରତୀକ ସାହୁ ଙ୍କ ପାଇଁ ଅଡ଼ୁଆ ବଢିଲା

କଟକ ସଦର, ୨୭/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ ଙ୍କ ନିର୍ଦ୍ଦେଶନାମା କୁ ଉଲଂଘନ କରି ସଦର ମହକୁମା ଛାଡ଼ି ଜିଲ୍ଲା ବାହାରକୁ ମଉଜ କରିବାକୁ ଯାଇଥିବା ରୁ କଟକ ସଦର ଵିଡିଓ ପ୍ରତୀକ ସାହୁ ଙ୍କ ପାଇଁ ଅଡ଼ୁଆ ବଢିବା ସମ୍ଭାବନା ଅଧିକ ରହିଛି। ପ୍ରକାଶ ଯେ ସମ୍ଭାବ୍ୟ ଵର୍ଷା ବିତ୍ପାତ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଙ୍କ ନିଷ୍ପତ୍ତି କ୍ରମେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେଵ୍ ସିନ୍ଧେ କଟକ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଗତକାଲି ମାସ ଶେଷ ଶନିବାର ଛୁଟିକୁ ବାତିଲ କରି ସମସ୍ତ କାର୍ଯ୍ୟାଳୟ ଖୋଲିବାକୁ ନିର୍ଦେଶନାମା ଜାରି କରିଥିଲେ।

ଏଥିପାଇଁ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ସମେତ ସଦର ବ୍ଲକ କାର୍ଯ୍ୟାଳୟ ଖୋଲା ରହିଥିବା ବେଳେ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ। ହେଲେ ବିଡ଼ିଓ ପ୍ରତୀକ ସାହୁ କାର୍ଯ୍ୟାଳୟ କୁ ଅପରାହ୍ନ ସୁଦ୍ଧା ନଆସିବାରୁ ସମସ୍ତେ ଭାବିଥିଲେ ଯେ ଵିଡିଓ କୈ। ଣସି ସରକାରୀ କାର୍ଯ୍ୟକ୍ରମରେ ଅଛନ୍ତି। ହେଲେ ଅପରାହ୍ନ ପରେ ଜଣାପଡ଼ିଲା ଯେ ଵିଡିଓ ତାଙ୍କ ପତ୍ନୀଙ୍କୁ ନେଇ ନୂଆ କିୟା କାର ରେ‌ ଜିଲ୍ଲା ବାହାର କୋଣାର୍କକୁ ବୁଲିବାକୁ ଯାଇଁ ଦୂର୍ଘଟଣାର ଶିକାର ହୋଇଛନ୍ତି। ଦୂର୍ଘଟଣା ର ଶୀକାର ନହୋଇଥିଲେ ଵିଡିଓ ଙ୍କ ଵ୍ଲକ କାର୍ଯ୍ୟାଳୟ ରେ ଅନୁପସ୍ଥିତ ଥିବା ଜଣା ପଡିନଥାନ୍ତା। ଏହା ଏକ ସ୍ପର୍ଶକାତର ଘଟଣା ହୋଇଥିବା ରୁ ଵିଡିଓ ସୁସ୍ଥ ହୋଇ କାର୍ଯ୍ୟାଳୟ କୁ ଆସିବା ପରେ ତଦନ୍ତ କରାଯାଇ ଜିଲ୍ଲା ପ୍ରଶାସନ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ଗ୍ରହଣ କରିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ ଯେ କୁଶଭଦ୍ରା ନଦୀରୁ ଉଦ୍ଧାର ହୋଇ ଚିକିତ୍ସାଧିନ ଥିବା ପତିପତ୍ନୀ ସୁସ୍ଥ ଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *