କରଣ ସମାଜ ପକ୍ଷରୁ ଚିତ୍ରଗୁପ୍ତ ପୂଜା

କେନ୍ଦ୍ରାପଡ଼ା,୧୨/୧୧/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା କରଣ ସମାଜ ପକ୍ଷରୁ କୁଳଗୁରୁ ଚିତ୍ରଗୁପ୍ତଙ୍କ ପୂଜା ସ୍ଥାନୀୟ ପାହାଡ଼ପୁର ମଠରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚିତ୍ରଗୁପ୍ତଙ୍କ ପୂଜା କରାଯିବା ପରେ ହୋମଯଜ୍ଞ କରାଯାଇଥିଲା । ଏହାପରେ ପୁଷ୍ପାଞ୍ଜଳି ଅର୍ପଣ କରାଯାଇଥିଲା । ପୂଜା ଶେଷ ହେବା ପରେ କରଣ ସମାଜର ସଭାପତି ସୁଧାଂଶୁ ରାୟଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଆଗାମୀ ଦିନରେ ବ୍ଲକ୍ କମିଟି ଗଠନ, ଜନଗଣନା, ପରିବାର ମିଳନ କାର୍ଯ୍ୟକ୍ରମ ମାନ କରିବା ପାଇଁ ଉପସ୍ଥିତ ସଦସ୍ୟ ମାନେ ପ୍ରସ୍ତାବ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବସନ୍ତ କୁମାର ଦାସ, ଶୈଳେନ୍ଦ୍ର ମହାନ୍ତି, ମନୋଜ ମହାନ୍ତି, କୈଳାସ ଚନ୍ଦ୍ର ମହାନ୍ତି, ବିଚିତ୍ର ମହନ୍ତି, ଚିତରଞ୍ଜନ ଚୌଧୁରୀ, ଅଶ୍ୱିନୀ ପରିଜା, ଅଶୋକ ମହାନ୍ତି, ସଲିଳେନ୍ଦୁ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *