କେନ୍ଦ୍ରାପଡ଼ା, ୧୯/୦୧/୨୦୨୬(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲା କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ସନ୍ତୋଷ ବେହେରାଙ୍କୁ ମନୋନିତ କରାଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ସନ୍ତୋଷଙ୍କୁ ଜିଲା ସାଧାରଣ ସମ୍ପାଦକ ଭାବେ ମନୋନିତ କରିଛନ୍ତି । ଶ୍ରୀ ବେହେରା ଦୀର୍ଘ ବର୍ଷ ଧରି ଦଳର ସଂଗଠନକୁ ସୁଦୃଢ କରିବାକୁ ପ୍ରୟାସ କରିଆସୁଛନ୍ତି ।
ଦଳର ଜଣେ ଦକ୍ଷ ସଂଗଠକ ଭାବେ ଶ୍ରୀ ବେହେରାଙ୍କ ସୁନାମ ରହିଛି । ଲୋକମାନଙ୍କୁ ଏକାଠି କରି ଦଳ ସପକ୍ଷରେ ସଂଗଠିତ କରିବା ସହିତ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଦଳର ସମର୍ଥକମାନଙ୍କୁ ଏକଜୁଟ କରିବାରେ ଶ୍ରୀ ବେହେରା ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଦଳ ତାଙ୍କୁ ପ୍ରଦାନ କରିଥିବା ଦାୟୀତ୍ୱକୁ ସେ ନିଷ୍ଠାର ସହିତ ପାଳନ କରିବେ ବୋଲି କହିଛନ୍ତି । ଏଥିନିମନ୍ତେ ଶ୍ରୀ ବେହେରା ପିସିସି ସଭାପତି ଶ୍ରୀ ଦାସ, ଜିଲା ସଭାପତି ଡାକ୍ତର ଦେବସ୍ମିତା ଶର୍ମାଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି ।
