ଭୁବନେଶ୍ୱର,୦୮/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ପୂର୍ବାହ୍ନରେ ନିଉଜ୍ଲ୍ୟାଣ୍ଡର ଅକ୍ଲାଣ୍ଡରେ ଅବସ୍ଥାପିତ ହେବାକୁ ଯାଉଥିବା କନ୍ସଲ୍ ଜେନେରାଲ୍ ଶ୍ରୀ ମଦନ ମୋହନ ସେଠୀ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ ଲୋକସେବା ଭବନସ୍ଥ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ । ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏକ ଉତ୍ତରୀୟ ଏବଂ ବୋଇତର ସ୍ମାରକୀ ଶ୍ରୀ ସେଠୀଙ୍କୁ ପ୍ରଦାନ କରିଥିଲେ ।
ନିଉଜ୍ଲ୍ୟାଣ୍ଡ ସ୍କିଲ୍ରେ ଆଗ୍ରୋ, ଦୁଗ୍ଧ ଜାତୀୟ ପଦାର୍ଥ ଏବଂ ପୁଞ୍ଜିନିବେଶ ଉପରେ ଆଲୋଚନା କରାଯାଇଥିଲା । ସଂପ୍ରତି ଓଡ଼ିଶାର ଉତ୍ପାଦକୁ ବିଶ୍ୱବଜାରରେ ପ୍ରଚାରପ୍ରସାର କରାଇବା ସହିତ ଓଡ଼ିଶାକୁ ଇଣ୍ଡଷ୍ଟି୍ରଆଲ୍ ହବ୍ ଏବଂ ସ୍କିଲ୍ ହବ୍ରେ ପରିଣତ କରିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଆଲୋଚନା କରିଥିଲେ ।
-0-
ସଚ୍ଚିଦାନନ୍ଦ ବେହେରା,ସୂଚନା ଅଧିକାରୀ ଙ୍କ ସୌଜନ୍ୟ ରୁ