କଟକ ସଦରର ନବନିର୍ବାଚିତ ବିଜେପି ବିଧାୟକଙ୍କ ସହିତ ସାମିଲ୍ ହେଲେ ବିଜେଡ଼ି ଜିଲ୍ଲା ପରିଷଦ ସଭ୍ୟ, ଆଗକୁ ଆହୁରି।

କଟକ ସଦର, ୨୬/୬/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦରର ପୂର୍ବତନ ବିଜେଡ଼ି ବିଧାୟକ ଏଵଂ ତାଙ୍କର ତଥାକଥିତ କୋଟେରୀ ଗୋଷ୍ଠୀଙ୍କ ଉପରେ ଦୀର୍ଘ ଦିନ ହେଲା ଅସନ୍ତୁଷ୍ଟ ଥିବା କଟକ ଜିଲ୍ଲା ପରିଷଦ କନ୍ଦରପୁର ୫ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି ଶେଷରେ ନବନିର୍ବାଚିତ ବିଜେପି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସହିତ ସାମିଲ୍ ହୋଇ ବିଭିନ୍ନ ସଭାସମିତିରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି। ଆଗକୁ ଆହୁରି ଅନେକ ନିର୍ବାଚିତ ପ୍ରତିନିଧି ନୂଆ ବିଧାୟକଙ୍କ ସହିତ ସାମିଲ୍ ହେବାକୁ ମସୁଧା କରୁଥିବା ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି।ଏ ସମ୍ପର୍କରେ ପ୍ରଦୀପ ମହାଳି କୁହନ୍ତି ଯେ ‘ଆଜକୁ ଦୀର୍ଘ ଦିନ ହେଲା ବିଜେଡ଼ି ମୋତେ ଅଣଦେଖା କରିଆସୁଥିଲା। କେତେକ ନିର୍ଦ୍ଦିଷ୍ଟ କୋଟେରି ଗୋଷ୍ଠୀ ପୂର୍ବତନ ବିଧାୟକ ଚନ୍ଦ୍ର ସାରଥି ବେହେରାଙ୍କୁ କବଜାରେ ରଖି ଜନସାଧାରଣଙ୍କ ସ୍ୱ।ର୍ଥକୁ ଅଣଦେଖା କରି ନିଜ ନିଜର ବ୍ୟକ୍ତିଗତ ସ୍ୱ।ର୍ଥ ସାଧନରେ ନିଜକୁ ସମର୍ପିତ କରିଥିଲେ। ଯେତେ କହିଲେ ମଧ୍ୟ ପୂର୍ବତନ ବିଧାୟକ ସବୁ ଜାଣି ନଜାଣିଲା ପରି ଚୁପ୍ ରହୁଥିଲେ। ଯେଉଁଥିପାଇଁ ନିର୍ବାଚନରେ ବିଜେଡ଼ିକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା। ଏଥିପାଇଁ ଦଳରେ ଅଣନିଃଶ୍ବାସୀ ହୋଇ ପଡ଼ିରହିଵା ଅପେକ୍ଷା ଜନସାଧାରଣଙ୍କ ସ୍ୱ।ର୍ଥ ପାଇଁ ନବନିର୍ବାଚିତ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସହିତ ସାମିଲ୍ ହେବା ଭଲ ନିଷ୍ପତ୍ତି ଵୋଲି ପ୍ରଦୀପ୍ତ କହିଛନ୍ତି।

Leave a Reply

Your email address will not be published. Required fields are marked *