ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ 

ଭୁବନ ୧୯/୦୧/୨୦୨୬ (ଓଡ଼ିଶା ସମାଚାର)-  ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ ( ବି) ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଶ୍ରୀମତୀ ସରସ୍ଵତୀ ପରିଡ଼ା ଓ ପ୍ରଧାନ ଶିକ୍ଷକ ଉତ୍କଳମଣି ବେହେରା ଙ୍କ ଦ୍ଵାରା ମଶାଲ ପ୍ରଜ୍ବଳନ କରାଯାଇଥିଲା । କ୍ରୀଡାବିତ୍ ମାନେ କ୍ରୀଡା ପତକା ଓ ମଶାଲ ଧରି ଗ୍ରାମ ପରିକ୍ରମା କରିଥିଲେ ।

ବାରୁଆଁ ( ବି) ସରପଞ୍ଚ ଶ୍ରୀମତୀ ବୀଣାପାଣି ସାହୁ ମଶାଲ ଶୋଭାଯାତ୍ରା କୁ ସ୍ବାଗତ କରିବା ସହ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷୟିତ୍ରୀ ଶ୍ରୀମତୀ ଗୀତାଞ୍ଜଳି ଆଚାର୍ଯ୍ୟ,ଶ୍ରୀମତୀ ଲକ୍ଷ୍ମୀପ୍ରିୟା ସାହୁ,ଶିକ୍ଷକ ଅଜୟ କୁମାର ରାଉତ ,ପ୍ରକାଶ କୁମାର ବେହେରା ଉଦଘାଟନୀ ଉତ୍ସବରେ ସହଯୋଗ କରି ବାର୍ଷିକ କ୍ରୀଡା ଉତ୍ସବ କୁ ସୁଚାରୁରୂପେ ସମ୍ପାଦନା କରିଥିଲେ । ପ୍ରଧାନ ଶିକ୍ଷକ ଉତ୍କଳମଣି ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *