କଟକ ସଦର,୧୯/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟ ଲକ୍ଷ୍ମୀ ରାଉତଙ୍କ ଶାଶୁ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା ସ୍ୱର୍ଗତା ବିଷ୍ଣୁପ୍ରିୟା ରାଉତ ଙ୍କ ନାମରେ ଏକ ସାମାଜିକ ସଂଗଠନ ‘ଵିଷ୍ଣୁପ୍ରିୟା ସେବା ସମିତି’ ଗଠନ ହୋଇ ଦୁଇ ବର୍ଷ ହେଲା ନିରବଚ୍ଛିନ୍ନ ଭାବେ ସେବା ଯୋଗାଇ ଲୋକମାନଙ୍କ ର ନିକଟତର ହେଵାରେ ଲାଗିଛି ।

ସଦର ଅଞ୍ଚଳରେ ବିଭିନ୍ନ ଜନହିତକର କାର୍ଯ୍ୟ କରି ସମିତି ଉଦାହରଣ ସୃଷ୍ଟି କରିଥିବା ବେଳେ ବିଶେଷକରି ଅନ୍ତିମ କ୍ରିୟା ଯୋଜନା ଆଦୃତି ଲାଭ କରିଛି। ସରକାର ଙ୍କ ହରିଶ୍ଚନ୍ଦ୍ର ଯୋଜନା ପରି ଯେ କୌଣସି ଲୋକଙ୍କ ପରଲୋକ ରେ ଏହି ଯୋଜନାରେ ମୃତକଙ୍କ ପରିବାରକୁ ଅର୍ଥ ରାଶି ପ୍ରଦାନ କରାଯାଉଛି। ଯାହାକି ଆଜକୁ ଦୁଇବର୍ଷ ମଧ୍ୟରେ ୫ ହଜାର ଟପି ଥିବା ଜଣାଯାଇଛି। ଏହି ଜନ କଲ୍ୟାଣ ଯୋଜନା ଆଗକୁ ଆହୁରି ସୁଦୂର ପ୍ରସାରି ହେବା ସହିତ କ୍ରିୟାଶୀଳ କରାଯିବ ବୋଲି ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ କହିଛନ୍ତି।
