ନୟାଗଡ଼,୧୮/୦୧/୨୦୨୬(ଓଡ଼ିଶା ସମାଚାର)- ଶରଣକୁଳ ମହାବିଦ୍ୟାଳୟରେ ଯୁକ୍ତ ୩ ଶିକ୍ଷାର୍ଥୀଙ୍କ ଆତ୍ମରକ୍ଷା ତାଲିମ ଶିବିର ଶୁକ୍ରବାର ଉଦ୍ଯାପିତ ହୋଇଛି। ଶିବିର ୮ତାରିଖରେ ଆରମ୍ଭ ହୋଇଥିଲା। ଉଦ୍ଯାପନ କର୍ଯ୍ୟକ୍ରମରେ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡ. ବ୍ୟୋମକେଶ ରଥ ଏବଂ ମହାବିଦ୍ୟାଳୟ ଅଧ୍ୟକ୍ଷ ମହେଶ୍ଵର ମହାପାତ୍ରଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ବସନ୍ତ କୁମାର ରଥ, ନାରାୟଣ ପ୍ରଧାନ, ଅନ୍ତର୍ଯ୍ୟାମୀ ପରିଡ଼ା, ସସ୍ମିତାରାଣୀ ଦାସ, ଶୁଭଶ୍ରୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ। ଅଧ୍ୟାପିକା ରଶ୍ମିତା ରାଉତରାୟ କାର୍ଯ୍ୟକ୍ରମର ନେତୃତ୍ବ ନେଇଥିଲେ। ପ୍ରଶିକ୍ଷକ କରିନା ପ୍ରଧାନ ତାଲିମ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ୬୦ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ। ଅଧ୍ୟାପିକା ରଶ୍ମିତା ରାଉତରାୟ ଧନ୍ୟବାଦ ପ୍ରଦାନ କରିଥିଲେ ।
