ଆମ ସଂସ୍କୃତି ଓ ଆମ ଖେଳଣା କାର୍ଯ୍ୟକ୍ରମ

ନିରାକାରପୁର, ୧୪/୦୪/୨୦୨୪ (ଓଡ଼ିଶା ସମାଚାର)-ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ଅଚୁ୍ୟତପୁର କ୍ଲଷ୍ଟରରେ ଆଂଚଳିକ ସାଧନ କେନ୍ଦ୍ର ସ୍ତରୀୟ ଦୁଇଦିନିଆ ଖେଳନା ପ୍ରସ୍ତୁତି କର୍ମଶାଳା “ଆମ ସଂସ୍କୃତି ଆମ ଖେଳଣା-୨୦୨୪” କାର୍ଯ୍ୟକ୍ରମ ସରକାରୀ ଉଚ୍ଚ ବିଦ୍ୟାଳୟ,କମାଗୁରୁ ଠାରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ବିଜୟ କୁମାର ମାନସିଂହଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ ତ୍ରିନାଥ ପ୍ରଧାନ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସଭାକାର୍ଯ୍ୟ ଉଦ୍ଘାଟନ କରିଥିଲେ । ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଏବଂ ଶିକ୍ଷକ ଶୀକ୍ଷୟିତ୍ରୀ ସମୂହ ନିଜ ନିଜ ବକ୍ତବ୍ୟରେ ତାଲିମ୍ ଶିବିରର ତାପôର୍ଯ୍ୟ ଓ ମହତ୍ୱ ସମ୍ବନ୍ଧରେ ସୂଚନା ଦେବା ସହିତ ଏହାଦ୍ୱାରା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ଦକ୍ଷତା ବିକାଶ କରିବାରେ ସହାୟକ ହେବ ବୋଲି ମତ ରଖିଥିଲେ । ପ୍ରାୟ ହଜିଯାଇଥିବା କଳା ସଂସ୍କୃତି, ଐତିହ୍ୟ ଓ ପରମ୍ପରାକୁ ପୁନଃ ଉତ୍ଥାନ କରିବା ସହିତ ଏହାକୁ କୁନି କୁନି ଛାତ୍ରଛାତ୍ରୀମାନଙ୍କ ନିକଟରେ ପହଂଚିବାର ଏକ ପ୍ରୟାସ ଏହି କାର୍ଯ୍ୟକ୍ରମରେ କ୍ଲଷ୍ଟରର ୧୨ଗୋଟି ବିଦ୍ୟାଳୟରୁ ଦକ୍ଷ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନେଇ ବିଭିନ୍ନ କଳା ସଂସ୍କୃତି ଭିତିକ ଶିକ୍ଷଣ ସାମଗ୍ରୀ ତିଆରି କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଆଶମଣି ଦେଈ, ସୌଦାମିନି ଗୁମାନସିଂହ, ରତ୍ନମଣି ଦାସ, ନମିତା ନାୟକ, ଲକ୍ଷ୍ମୀପ୍ରିୟା ଖଡିରତ୍ନ, ଶିକ୍ଷକ ସୁରେନ୍ଦ୍ର ସାମନ୍ତରାୟ, ସୋମନାଥ ବେହେରା, ବିରଂଚି ନାରାୟଣ ନିଶଙ୍କ, ଗୋପାଳ ଲେଙ୍କା, ଶୁଭଦ୍ରା ଜାଲି, ରଶ୍ମିତା ସେଠୀ, ଦେବୀପ୍ରସାଦ ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ମାଝି ଆଦି କର୍ମଶାଳା ରେ ଭାଗନେଇଥିଲେ ।
ଏହାଦ୍ୱାରା ଶିକ୍ଷଣ ଫଳାଫଳ ଅଧିକ ଉଚ୍ଚକୋଟୀର ହୋଇପାରିବ ବୋଲି ମତ ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *