ପାଟକୁରା୦୨/୦୪/୨୦୨୬ (ଓଡିଶା ସମାଚାର ) – ଲୋକନାଥ ମହାବିଦ୍ୟାଳୟ, କୋରୁଆରେ ଉତ୍କଳ ଦିବସ ଗତକାଲି ପାଳିତ ହୋଇଯାଇଛି । ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଓଡ଼ିଆ ବିଭାଗ ଦ୍ୱାରା ଆୟୋଜିତ ଏହି ଉତ୍ସବରେ ପ୍ରିନ୍ସିପାଲ ବିଜୟ କୁମାର ନାୟକ ସଭାପତିତ୍ୱ କରିଥିଲେ । ପଶ୍ଚିମବଙ୍ଗରୁ ୧୯୩୬ ମସିହା ଏପ୍ରିଲ ଏକ ତାରିଖ ରେ ପୃଥକ ହୋଇ ଓଡିଶା ସ୍ୱତନ୍ତ୍ର ରାଜ୍ୟ ଭାବେ ମାନ୍ୟତା ପାଇଥିଲା ।
ଏଥି ପାଇଁ ଯେଉଁ ମହାମନୀଷୀମାନେ ଅକ୍ଲାନ୍ତ ପରିଶ୍ରମ ଓ ତ୍ୟାଗ ସ୍ୱୀକାର କରିଥିଲେ , ସେମାନେ ଚିର ନମସ୍ୟ ବୋଲି ପ୍ରିନ୍ସିପାଲ ମତବ୍ୟକ୍ତ କରିଥିଲେ । ଅବସରପ୍ରାପ୍ତ ଅଧ୍ୟାପକ ନିରୋଦ ଦାଶ, ଅଧ୍ୟାପିକା ବିଚିତ୍ରା ମଞ୍ଜରୀ ତ୍ରିପାଠୀ, ଅଧ୍ୟାପକ ରମେଶ ଚନ୍ଦ୍ର ମହାନ୍ତି, ଅଧ୍ୟାପକ ତୁଷାର କାନ୍ତ ପରିଡା, ଅଧ୍ୟାପକ ସୁରେନ୍ଦ୍ର ମହାରଣା,ଅଧ୍ୟାପିକା ଏଲିନା ପରିଜା ଓ ଅଧ୍ୟାପକ ଦୂର୍ଗାପ୍ରସାଦ ଶତପଥୀ ପ୍ରମୁଖ ମଂଚାସୀନ ରହି ଉତ୍କଳ ଦିବସର ତାତ୍ପର୍ୟ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ ଓ ଏଥିପାଇଁ ତ୍ୟାଗ ସ୍ୱୀକାର କରିଥିବା ମହାନ ନେତୃମଣ୍ଡଳୀଙ୍କ ସ୍ମୃତି ଚାରଣ କରିଥିଲେ । ମହାବିଦ୍ୟାଳୟର ଛାତ୍ରୀ, ଛାତ୍ର, କର୍ମଚାରୀ ମାନେ ଉତ୍କଳ ଦିବସ ସମାବେଶରେ ଉପସ୍ଥିତ ରହି ଥିଲେ । ମହାମନୀଷୀଙ୍କ ସ୍ମାରକୀ ସ୍ତମ୍ଭରେ ଥିବା ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ବିଦ୍ୟାର୍ଥୀ ଓ ଅଧ୍ୟାପିକା, ଅଧ୍ୟାପକ ମାନେ ମହାନ ରାଷ୍ଟ୍ର ନେତାଙ୍କୁ ସମ୍ମାନ ଜଣାଇଥିଲେ ।
