ଜିଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ପଲ୍ଲିଶ୍ରୀ ମେଳାର ଶ୍ରେଷ୍ଠ ପ୍ରଡୁ୍ୟସର ଗ୍ରୁପକୁ ସମ୍ବର୍ଦ୍ଧନା

କେନ୍ଦ୍ରାପଡ଼ା,୧୮/୦୧/୨୦୨୬(ଓଡ଼ିଶା ସମାଚାର)-ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ କେନ୍ଦ୍ରାପଡା କଲେଜ ପଡିଆରେ ଚାଲିଥିବା ଜିଲା ସଂସ୍କୃତି ମହୋତ୍ସବ ଓ ପଲ୍ଲି ଶ୍ରୀ ମେଳାର ଶ୍ରେଷ୍ଠ ପ୍ରଡୁ୍ୟସର ଗ୍ରୁପ ଗୁଡିକୁ ଜିଲା ପ୍ରତିଭା ପୂଜା ସଂସଦ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି ।

ଶେଷ ଦିବସରେ ମେଳାର ଶ୍ରେଷ୍ଠ ବିକ୍ରେତା ଭାବେ ନୟାଗଡର ବୁଢୀ ମା’ ପ୍ରଡୁ୍ୟସର ଗ୍ରୁପ, ସର୍ବାଧିକ ବିକ୍ରେତା ସୋନପୁରର ଜୟ ହନୁମାନ ପ୍ରଡୁ୍ୟସର ଗ୍ରୁପ ଓ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ସୋନପୁରର ଓମ୍ ଶାନ୍ତି ସ୍ୱୟଂ ସହାୟିକା ଗୋଷ୍ଠିକୁ ମୋମେଂଟୋ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଛି ।

ଏହି ଅବସରରେ ସଂସଦର ସଭାପତି ପ୍ରଦୀପ କୁମାର ମହାନ୍ତି ଯୋଗଦେଇ ଶ୍ରେଷ୍ଠ ପ୍ରଡୁ୍ୟସର ଗ୍ରୁପ ଓ ସ୍ୱୟଂ ସହାୟିକା ଗୋଷ୍ଠୀକୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂସଦର ସମ୍ପାଦକ ସୁଶିଲ କୁମାର ସାମଲ, ସଭ୍ୟ ରବିନାରାୟଣ ମହାନ୍ତି, ଚିତରଞ୍ଜନ ଦାସ, କମଳାକାନ୍ତ ବେହେରା, ଗୋଲଖ ପଢିଆରୀ, ଓରମାସର ଡେପୁଟୀ ସିଇଓ ନିରୋଦ କୁମାର ଜେନା ଓ ପ୍ରିୟଙ୍କା ରାଉଳ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *