ଭୁବନ ନଗର କଂଗ୍ରେସ ନୂତନ ସଭାପତି ବିନୋଦ ମହାରଣା

ଭୁବନ ୧୮/୦୧/୨୦୨୬ (ଓଡ଼ିଶା ସମାଚାର)- ଭୁବନ ନଗର କଂଗ୍ରେସର ନୂତନ ସଭାପତି ଭାବେ ବିନୋଦ ମହାରଣାଙ୍କୁ ଦାୟିତ୍ଵ ମିଳିଛି। ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କ ଅନୁମୋଦନ କ୍ରମେ ବିନୋଦ ମହାରଣାଙ୍କୁ ସଭାପତି ଭାବେ ଘୋଷଣା କରାଯାଇଛି। ଭୁବନର ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନମ୍ବର ୭ ର ଶ୍ରୀଯୁକ୍ତ ଶଙ୍କର ମହାରଣାଙ୍କ ସାନ ପୁଅ ଶ୍ରୀଯୁକ୍ତ ବିନୋଦ ମହାରଣା ୨୦୧୪ ରୁ ୨୦୧୯ ବିଧାନସଭା ଯୁବ କଂଗ୍ରେସର ସଭାପତି ଓ ୨୦୧୯ ରୁ ୨୦୨୫ ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲାର ସମ୍ପାଦକ ଥିଲେ।

ଏଥିସହିତ ୨୦୨୨ ରେ କଂଗ୍ରେସ ଟିକଟରେ ଭୁବନ ଏନଏସି ର ନଗରପାଳ ପାର୍ଥୀ ଭାବେ ନିର୍ବାଚନ ଲଢିଥିଲେ।ଶ୍ରୀଯୁକ୍ତ ମହାରଣା ଜଣେ ସୁଦକ୍ଷ, ସ୍ପଷ୍ଟବାଦୀ, ବିଦ୍ବାନ, ଉଚ୍ଚ ଶିକ୍ଷିତ ତଥା ଉଦୀୟମାନ ଯୁବକକୁ ଭୁବନ ଟାଉନ କଂଗ୍ରେସ ସଭାପତି ଭାବେ ଚୟନ କରାଯାଇଥିବାରୁ ଭୁବନର ଯୁବକମାନଙ୍କ ମଧ୍ଯରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଭୁବନ କଂଗ୍ରେସର ଯୁବନେତା ବିନୋଦ ମହାରଣାଙ୍କୁ ନୂତନ ସଭାପତି ଭାବରେ ତାଙ୍କ ଉପରେ ଭରଷା କରିଥିବାରୁ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସଙ୍କୁ ଅଶେଷ ଅଶେଷ କୃତଜ୍ଞତା ଜ୍ଞାପନ କରିଛିନ୍ତି।

ଏଥିସହିତ ଢେଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ସଭାପତି ଛବିରାଜ ବିଶ୍ବାଳ, ଯୁବ ଆଦର୍ଶ ଅଭିଳାଷ ମାଣିଆ ଙ୍କୁ ମଧ୍ୟ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ଆଗାମୀ ଦିନରେ ଭୁବନରେ କିପରି କଂଗ୍ରେସ ଜନସାଧାରଣଙ୍କ ଆସ୍ଥାଭାଜନ ହେବ ଏବଂ ଜନସେବାରେ ସହାୟକ ହୋଇପାରିବ ସେଥିପାଇଁ ସମସ୍ତଙ୍କୁ ସାଥିରେ ନେଇ କାମ କରିବା ସହିତ ଭୁବନବାସୀଙ୍କ ଆଶିର୍ବାଦ କାମନା କରିଛନ୍ତି।

Leave a Reply

Your email address will not be published. Required fields are marked *