କଟକ ସଦର ୧୮/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ତଥା କଟକ ସଦର ଥାନା ଅନ୍ତର୍ଗତ ଖଲର୍ଦାରେ ଆଜି ରବିବାର ଦିନ ବେଆଇନ ବାଣ ଭିଡା ସମୟରେ ବିସ୍ପୋରଣ ଘଟି ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ତିନି ବଖରା ଘର ସଂପୂର୍ଣ୍ଣ ଭସ୍ମୀଭୂତ ହୋଇଥିବା ଜଣାପଡିଛି।

ପ୍ରକାଶ ଯେ ଖଲର୍ଦାର ଵଇନ ସାମଲଙ୍କ ଘରେ ଦୀର୍ଘ ଦିନ ହେଲା ବେଆଇନ ବାଣ ତିଆରି ହେଉଥିବା ଅଭିଯୋଗ ହୋଇଆସୁଥିଲା। ହେଲେ ଏଥିପ୍ରତି ପୋଲିସ ପକ୍ଷରୁ କୈ।ଣସି କାର୍ଯ୍ୟାନୁଷ୍ଠାନ ନହେଵା ଫଳରେ ଆଜି ଵାଣ ଭିଡୁଥିଵା ସମୟରେ ଜନୈକ ସୁରେଶ ଭୋଇଙ୍କର ଘଟଣା ସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ତିନି ବଖରା ଘର ଭସ୍ମୀଭୂତ ହୋଇଥିବା ଜଣାପଡିଛି। ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଶଵକୁ ପୋଷ୍ଟ ମର୍ଟମ ପାଇଁ କଟକ ବଡ଼ ଡ଼ାକ୍ତରଖାନା ପଠାଇ ଛାନଭିନ ଆରମ୍ଭ କରିଥିବା ଜଣାଯାଇଛି।
