ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ

” ରାଷ୍ଟ୍ରୀୟ ବିଚାରଧାରାରେ ଉତ୍ତମ ନାଗରିକ ତିଆରି କରିବା ଶିଶୁ ମନ୍ଦିର ର ଲକ୍ଷ୍ୟ”

ଭୁବନ ୧୭/୦୧/୨୦୨୬ (ଓଡ଼ିଶା ସମାଚାର)-  ଭୁବନ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ର ୩୩ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟ ପରିଚାଳନା ସମିତି ସଭାପତି ପ୍ରଭାତ କୁମାର ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବ ରେ କାମାକ୍ଷା ନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିଶୁ ମନ୍ଦିରରେ ବୈଷୟିକ ଶିକ୍ଷାଦାନ ସହିତ ଭାରତୀୟ ସଂସ୍କୃତି ଓ ଆଧ୍ୟାତ୍ମିକ ଜ୍ଞାନ ପ୍ରଦାନ ପାଇଁ ନିଜର ସ୍ଵତନ୍ତ୍ର ପରିଚୟ ହାସଲ କରିଛି ।

ଶିଶୁ ମନ୍ଦିର ର ପଠନ ଶୈଳୀ ନିଆରା । ରାଷ୍ଟ୍ରୀୟ ବିଚାରଧାରା ରେ ଉତ୍ତମ ମଣିଷ ତିଆରି କରିବା ହେଉଛି ଶିଶୁ ମନ୍ଦିର ର ଲକ୍ଷ୍ୟ ବୋଲି ବିଧାୟକ ଶ୍ରୀଯୁକ୍ତ ଜେନା ମତବ୍ୟକ୍ତ କରିଥିଲେ । ମୁଖ୍ୟ ବକ୍ତା ଭାବେ ପୁରୀ ଗୋବର୍ଦ୍ଧନ ପୀଠ ଆଦିତ୍ୟ ବାହିନୀ ଅଧ୍ୟକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର ୧୯୯୩ ମସିହାରେ କିଭଳି ଭାବେ ପର୍ଶୁରାମ କ୍ଲବରେ ପ୍ରଥମେ ଶିଶୁ ମନ୍ଦିର କାର୍ଯ୍ୟାରମ୍ଭ ହୋଇ ଆଜି ଭବନ ରେ ୧ ନମ୍ବର ଶିକ୍ଷା କେନ୍ଦ୍ର ହୋଇ ପାରିଛି ସେ ସମ୍ପର୍କରେ ଆଲୋକପାତ କରିବା ସହିତ ଶିକ୍ଷା କେବଳ ଜୀବିକା ଉପାର୍ଜନ ପାଇଁ ନୁହେଁ, ଜୀବନ ନିର୍ମାଣ ପାଇଁ ଉଦ୍ଦିଷ୍ଟ ବୋଲି ମତବ୍ୟକ୍ତ କରିଥିଲେ ଓ ଶିଶୁ ମନ୍ଦିର ବିଦ୍ୟାର୍ଥୀ ମାନେ ଦେଶହିତରେ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ।

ପରିଚାଳନା ସମିତି ସମ୍ପାଦକ ଜଗବନ୍ଧୁ ବିହାରୀ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଦିନେଶ କୁମାର ବୈଶାକ ବାର୍ଷିକ ବିବରଣୀ ମାଧ୍ୟମରେ ବିଦ୍ୟାଳୟ ର ସଫଳତା ଓ ଅଭାବ ଅସୁବିଧା ସଂପର୍କରେ ଅତିଥି ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଅବସରରେ କୃତୀ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *