ମାହାଙ୍ଗା,୧୨/୧୧/୨୦୨୩(ଓଡିଶା ସମାଚାର /ଅଭୟ ଜେନା )- ପ୍ରେମ ବିବାହ କରି ନିଜ ଇଛା ରେ ଭିନ୍ନ ଜାତିରେ ବିବାହ କରିବାର ପରିଣତିପାଇଁ ପରିବାର ତଥା ଆତ୍ମୀୟ ସ୍ୱଜନ ନେଇଛନ୍ତି ଏକ ଚରମ ପଦକ୍ଷେପ । କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ପଞ୍ଚାୟତରେ ଘଟିଛି ଏହି ଘଟଣା । ଏହି ଗ୍ରାମର ବିଶ୍ୱଜିତ ମହାପାତ୍ରଙ୍କ ଝିଅ ପାୟଲ ମହାପାତ୍ରଙ୍କର ଏକାଦଶ ଓ ଦ୍ଵାଦଶାହ କର୍ମ ହେଉଛି । ଆଶ୍ଚର୍ୟ୍ୟର କଥା ଝିଅ ବଞ୍ଚି ଥାଉ ଥାଉ ଝିଅ କୁ ଶୁଦ୍ଧି ହୋଇଗଲେ ବାପା ମା । କାରଣ ଝିଅ ଚାଲିଯାଇଛି ସେହି ଗ୍ରାମର ଜଣେ ପୁଅ ସହିତ । ଏନେଇ ବାପା ପୂର୍ବରୁ ଥାନାରେ ଅଭିଯୋଗ କରିଥିଲେ । ଝିଅ ପାୟଲ ମହାପାତ୍ର ଏକ ଭିଡ଼ିଓ କରି ସୋସିଆଲ ମିଡ଼ିଆରେଏହାକୁ ଭାଇରାଲ କରିଥିଲେ । କିନ୍ତୁ ପରିବାର ଲୋକେ ଝିଅର ଶ୍ରାଦ୍ଧ ଦେଇଥିଲେ ଓ ଶୁଦ୍ଧିକ୍ରିୟା କରିଥିଲେ । ଏହି ଚର୍ଚ୍ଚା ର ବିଷୟ ହୋଇଛି ।