କଟକ ସଦର,୧୭/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ସୋମପୁର କିଶନନଗର ରାସ୍ତାର ବୁଢିଆଣୀ ମନ୍ଦିର ନିକଟରେ ଥିବା ଅଗ୍ରଣୀ ଇଂରାଜୀ ମାଧ୍ୟମ ଉଇସଡମ ପବ୍ଲିକ ସ୍କୁଲ ପକ୍ଷରୁ ଆଜି ଶନିବାର ଦିନ ପ୍ରତିଷ୍ଠାତା ନିର୍ଦ୍ଦେଶକ ବିବେକାନନ୍ଦ ଭୁୟାଁ ଙ୍କ ଆହ୍ବାନ କ୍ରମେ ପରିଚାଳନା ନିର୍ଦ୍ଦେଶକ ପ୍ରିତମ ଚୈ।ଧୁରୀ ଙ୍କ ପରିଚାଳନାରେ ସ୍ୱାସ୍ଥ୍ୟ ହିଁ ସମ୍ପଦ ସଚେତନତା ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି।
ଏହି ଅବସରରେ ସ୍କୁଲରେ ସ୍ୱାସ୍ଥ୍ୟ ପାଇଁ ଯୋଗ ଏଵଂ କ୍ରୀଡ଼ା ର ଆବଶ୍ୟକତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ଉକ୍ତ ସଚେତନତା କାର୍ଯ୍ୟକ୍ରମ ପରିଚାଳନାରେ ଗିତାଞ୍ଜଳି ନାୟକ, ମୁସ୍ତାକ ଅହମ୍ମଦ, ରଶ୍ମି ରଞ୍ଜନ ରଣା,ସାହେଵା ଅଞ୍ଜୁମ,ମୈ।ସୁମୀ ମହାନ୍ତି ପ୍ରମୁଖ ସହାୟତା କରିଥିଲେ।
