ଏଲଏନସି କ୍ରିକେଟ ଟୁର୍ଣ୍ଣାମେଣ୍ଟ : କେସିସି ସୁଂଗୁଡା ଚାମ୍ପିଆନ

ମାହାଙ୍ଗା,୨୯ /୦୧/୨୦୨୪ (ଓଡିଶା ସମାଚାର/ ଅଭୟ ଜେନା )- ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବାସୁଦେବପୁର ଖେଳ ପଡିଆରେ ଲକ୍ଷ୍ମୀନାରାୟଣ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଗ୍ରାମାଞ୍ଚଳ କ୍ରିକେଟ  ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ବାଙ୍କୁ ଟାଇଗରକୁ ହରାଇ,କେସିସି ସୁଂଗୁଡା ଚାମ୍ପିଆନ ହୋଇଥିଲା । କଟକ, ଯାଜପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଗ୍ରାମାଞ୍ଚଳରୁ ଆସିଥିବା ୧୬ ଟି କ୍ରିକେଟ ଟିମ ଏହି ୭ ଦିନିଆ ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ କେସିସି କ୍ରିକେଟ ଟିମ ସୁଂଗୁଡା ଏବଂ ବାଙ୍କୁ ଟାଇଗର ଅରେଇକଣା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।  ଟିମ ଅରେଇକଣା ଟସ ଜିଣି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା । ନିର୍ଦ୍ଧାରିତ କୋଡିଏ ଓଭର ମଧ୍ୟରୁ ଦଳ ଅଠର ଓଭର ଖେଳି,ନିଜର ସମସ୍ତ ଉଇକେଟ ହରାଇ ୧୦୮ ରନ ସଂଗ୍ରହ କରିଥିବା ବେଳେ, ଏହାର ଜବାବରେ  କେସିସି କ୍ରିକେଟ ଟିମ ସୁଂଗୁଡା ମାତ୍ର ୧୭ ଓଭର ଖେଳି ମୂଲ୍ୟବାନ ୭ ଟି ଉଇକେଟ ହରାଇ ଏକ ସହଜ ବିଜୟଲକ୍ଷ ହାସଲ କରିବା ଦେଖିବାକୁ ମିଳିଥିଲା  ।

ପୁରସ୍କାର ବିତରଣ ଉତ୍ସବରେ ଆରୁଣୀ ଗ୍ରୁପ ମ୍ୟାନେଜିଙ୍ଗ ଡାଇରେକ୍ଟର ଅମିତ କୁମାର ସାହୁ,ସିନେ ଅଭିନେତ୍ରୀ ନିକିତା ମିଶ୍ର, ୟୁଟୁବର ସନ୍ତୁ, ସୁନନ୍ଦା ଭେନଚର କମ୍ପାନୀ ନିର୍ଦ୍ଦେଶକ ଅରବିନ୍ଦ ମହାନ୍ତି ଓ ଅଭିଳାଷ ମହାନ୍ତି ପ୍ରମୁଖ ଯୋଗଦେଇ ଗ୍ରାମାଞ୍ଚଳରେ କ୍ରୀଡାର ବିକାଶ କ୍ଷେତ୍ରରେ ଏଲ ଏନ କ୍ଲବ ବାସୁଦେବପୁର ର ଭୂମିକାକୁ ପ୍ରଶଂସା କରିଥିଲେ । ଚମ୍ପିୟାନ ଟିମ କେସିସି କ୍ରିକେଟ କ୍ଲବ ସୁଂଗୁଡା ଏବଂ ରନର୍ସ ଅପ ଟିମ ବାଙ୍କୁ ଟାଇଗର ଅରେଇକଣାକୁ ଟ୍ରଫି, ନଗଦ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଅମ୍ପେଆର ଭାବେ ଦୀପ୍ତି ରଞ୍ଜନ ପାଣି ଏବଂ ଅନନ୍ତ କୁମାର ମହାନ୍ତି ଖେଳ ପରିଚାଳନା କରିଥିଲେ ।  ବିକାଶ, ବାପି, ବଣ୍ଟି, ପୁପୁଲୁ, ଟିକି ପ୍ରମୁଖ ଅନୁଷ୍ଠାନର ସଦସ୍ୟମାନେ   ଖେଳ ପରିଚାଳନାରେ ସହଯୋଗ କରିଥିଲେ । ଅନନ୍ତ କିଶୋର ଜେନା  ଟୁର୍ଣ୍ଣାମେଣ୍ଟ ର ଧାରା ବିବରଣୀ ପ୍ରଦାନକରିଥିଲେ । ଏଲ.ଏନ.ସି କ୍ରିକେଟ କ୍ଲବ ପକ୍ଷରୁ ଆୟୋଜିତ ଏହି ଏହି ଫାଇନାଲ ମ୍ୟାଚ ଦେଖିବା ପାଇଁ ବାସୁଦେବପୁର ପଡିଆରେ ହଜାର ହଜାର କ୍ରୀଡାପ୍ରେମୀ ଉପସ୍ଥିତ ରହି ଖେଳ ଉପଭୋଗ କରିଥିଲେ  ।

Leave a Reply

Your email address will not be published. Required fields are marked *