କନକ ମଞ୍ଜରୀ ବାଳିକା  ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ

ଖଲ୍ଲିକୋଟ,୧୭/୧୨/୨୦୨୫ (ଓଡ଼ିଶା ସମାଚାର/ ମାଧବ ବେହେରା)-  ଖଲ୍ଲିକୋଟ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବିଦ୍ୟାଳୟ ଖେଳ ଶିକ୍ଷକ ସୁକାନ୍ତ ବେହେରା ଙ୍କ ତତ୍ୱାବଧାନ ରେ ଖଲ୍ଲିକୋଟ ର ଅଧିଷ୍ଠାତ୍ରୀ ଦେବୀ ମା ବହୁତୀ ଙ୍କ ଠାରୁ ଛାତ୍ରୀ ମାନେ ମଶାଲ ଶୋଭାଯାତ୍ରା ରେ କ୍ରୀଡା ସ୍ଥଳରେ ପହଂଚି ଥିଲେ । ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀମତୀ ଗୋମତୀ ପ୍ରଧାନ କ୍ରୀଡା ପତାକା କୁ ଅନୁଷ୍ଠାନିକ ଭାବେ ଉତ୍ତୋଳନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଟ ସାମ୍ବାଦିକ ମାଧବ ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ବିଦ୍ୟାଳୟ ଏସ ଏମ ସି ର ସଭାପତି ଶୁଭ୍ରାଂଶୁ ମିଶ୍ର, ଶିକ୍ଷୟତ୍ରୀ ପ୍ରମିଳା ସ୍ୱାଇଁ ପ୍ରମୁଖ ଯୋଗ ଦେଇ କ୍ରୀଡା ଶାରୀରିକ ଦକ୍ଷତା ଓ ଶୃଙ୍ଖଳା ସାଙ୍ଗକୁ ମାନସିକ ଶାନ୍ତି ପ୍ରଦାନ କରୁଥିବା ପ୍ରକାଶ କରିଥିଲେ । ଛାତ୍ରୀ ମାନେ ବରିଷ୍ଟ କନିଷ୍ଟ ବର୍ଗ ର ଛାତ୍ରୀ ମାନେ ପୁଚି, ମ୍ୟୁଜିକ ଚେୟାର ପୋଟ।ଟୋ ରେସ ଓ ଆସନ୍ତାକାଲି ଦୌଡ, ଲମ୍ବା ଡିଆଁ ପବୃତ୍ତି କ୍ରୀଡା କରାଯିବ ବୋଲି ଜଣାପଡିଛି ।

Leave a Reply

Your email address will not be published. Required fields are marked *