କଟକ ସଦର,୧୭/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍)୨୦୦୬ ଵ୍ୟାଚର ଅଧିକାରୀ କମଲଜିତ୍ ଦାସ କଟକର ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍) ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।
ସୂଚନାଯୋଗ୍ୟ ଯେ ଶ୍ରୀ ଦାସ ପୂର୍ବରୁ କଟକ ସଦର ଉପ ଜିଲ୍ଲାପାଳ ଭାବେ ସଫଳତାର ସହ କାର୍ଯ୍ୟ ସମ୍ପାଦନ କରିଥିଲେ । ସିଏ ଏଠାରେ ଅବସ୍ଥାପିତ ଥିବା ଏଡିଏମ୍ ଶିଵ ଟପ୍ପୋ ଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି। ଏଡିଏମ୍ କମଲଜିତ୍ ଦାସ ଙ୍କ ନୂତନ ନିଯୁକ୍ତି କୁ ସବୁ ମହଲରୁ ସ୍ବାଗତ କରାଯାଇଥିବା ବେଳେ ତାଙ୍କ ନିକଟକୁ ଅଭିନନ୍ଦନ ର ସୁଅ ଛୁଟିଛି।
