କଟକ ସଦର ,୨୬/୦୫/୨୦୨୫ (ଓଡ଼ିଶା ସମାଚାର/ ବିଷ୍ଣୁ ବେହେରା): କଟକ ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଅନୁଷ୍ଠିତ ପଞ୍ଚମ ତମ କଟକ ଜିଲ୍ଲା ସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ କଟକ ସଦର ଅନ୍ତର୍ଗତ ୪୨ ମୈ।ଜାରେ ଥିବା ଆର୍ଯ୍ୟନସ୍ ଟାଇକୋଣ୍ଡ ଏକାଡେମୀ ର ପ୍ରତିଯୋଗୀ ମାନେ ଭଲ ପ୍ରଦର୍ଶନ କରି ଉପ ବିଜେତା ଭାବେ ଗୈ।ରଵ ଅର୍ଜନ କରିଥିବା ଜଣାପଡିଛି।

ଏଥିରେ ଜିଲ୍ଲାର ୭ ଟି ଦଳର ୧୫୦ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିଥିବା ବେଳେ ଏକାଡେ଼ମୀ ର ୩୫ ଜଣ ବାଳକ/ବାଳିକା ବିଭିନ୍ନ ବିଭାଗରେ ଅଂଶଗ୍ରହଣ କରିଥିଲେ। ଏଥିରେ ୨୮ ଜଣ ସ୍ୱର୍ଣ୍ଣ, ୨୩ ଜଣ ରୈ।ପ୍ୟ ଓ ୧୦ ଜଣ କାଂସ୍ୟ ପଦକ ପାଇଵା ସହିତ ଉପ ବିଜେତା ଟ୍ରଫି ହାସଲ କରିଛନ୍ତି।
ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ସଭାରେ କଟକ ସଦର ର ଜଣାଶୁଣା ସମାଜସେବୀ, ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ୟୁନିୟନ ଫର୍ କଟକ ସଦର ଡେଭଲପମେଣ୍ଟ ର ସଭାପତି ଶିକ୍ଷାବିତ ପ୍ରଫେସର ମନୋଜ କୁମାର ନାୟକ ମୂଖ୍ୟ ଅତିଥି ଭାବେ ଯୋଗଦେଇ କୃତି ପ୍ରତିଯୋଗୀଙ୍କୁ ଟ୍ରଫି ଓ ମେଡାଲ ପ୍ରଦାନ କରିଥିଲେ। ଏକାଡେମୀ ର ପ୍ରଶିକ୍ଷକ ଆୟନ ଚୈ।ଧୁରୀ ସମସ୍ତ ପ୍ରତିଯୋଗୀ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହିତ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।
