ଗରଦପୁର,୧୭/୦୧/୨୦୨୬(ଓଡ଼ିଶା ସମାଚାର)-ତେଣ୍ଡାକୁଡ଼ା ପଂଚାୟତ ନରଡ଼ା ଗ୍ରାମର ବରିଷ୍ଠ ସମାଜସେବୀ ତଥା ପ୍ରାକ୍ତନ ନାଏବ ସରପଂଚ ଦଇତାରୀ ସ୍ୱାଇଁ ଙ୍କର ଗତକାଲି ଶୁକ୍ରବାର ସନ୍ଧ୍ୟାରେ ୯୦ ବର୍ଷ ବୟସରେ ପରଲୋକ ଘଟିଛି । ଶେଷ ଶଯ୍ୟା ନିକଟରେ ପତ୍ନୀ ଭାମା ,ତିନି ପୁଅ ଅଭୟ, ତପନ, କାଙ୍ଗାଳୀ,ବୋହୁ ମମତା, ବନୁଲତା, ବୁଲବୁଲ, ଝିଅ ବିନତୀ, ମିନାକ୍ଷୀ , ଜ୍ୱାଇଁ ତାରାକାନ୍ତ , ସରୋଜ , ନାତି ନାତୁଣି , ପଡ଼ୋସି , ଆତ୍ମିୟ ସ୍ୱଜନ ଉପସ୍ଥିତ ଥିଲେ ।
ଗତକାଲି ବିଳମ୍ବିତ ରାତିରେ ଗ୍ରାମ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବଡ଼ ପୁଅ ଅଭୟ ମୁଖାଗ୍ନୀ ଦେଇଥିଲେ । ସେ ଜଣେ ମିଷ୍ଟଭାଷି, ପରୋପକାରୀ ଓ ସମାଜସେବୀ ଥିଲେ । ଦଇତାରୀ ଙ୍କ ମୃତ୍ୟୁରେ ନରଡ଼ା ଗ୍ରାମ ତଥା ତେଣ୍ଡାକୁଡ଼ା ପଂଚାୟତରେ ଶୋକ ପ୍ରକାଶ ପାଇଛି । ସେ କଂଗ୍ରେସ ଦଳର ଜଣେ ଟାଣୁଆ ସଂଗଠକ ଥିଲେ । ଦଇତାରୀ ଙ୍କ ମୃତ୍ୟୁ ଖବର ପାଇ ପାଟକୁରା ର କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଗଭୀର ଶୋକ ପ୍ରକାଶ କରିଛନ୍ତି ।
