ହାଇକୋର୍ଟରେ ହସ୍ତୀ ବାହିନୀ ମନ୍ଦିର ପରିଚାଳନା କମିଟି କାଏମ୍, ଦେବୋତ୍ତର ଆୟୁକ୍ତଙ୍କ ଆଦେଶ ରଦ୍ଦ

କଟକ ସଦର,୧୭/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଗତିରାଉତପାଟଣା ପଞ୍ଚାୟତର ଡିହସାହି ଠାରେ ଅବସ୍ଥିତ ପ୍ରସିଦ୍ଧ ହସ୍ତୀ ବାହିନୀ ଠାକୁରାଣୀ ମନ୍ଦିରର ପରିଚାଳନା କମିଟି ମାମଲା ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଦେବୋତ୍ତର ଆୟୁକ୍ତଙ୍କ ପକ୍ଷରୁ ଦିଆଯାଇଥିବା ଆଦେଶକୁ ରଦ୍ଦ କରିଛନ୍ତି। ମାମଲା ରୁ ଜଣାପଡିଛି ଯେ ଏହି ପ୍ରାଚୀନ ପୀଠର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ସହକାରୀ ଦେବୋତ୍ତର ଆୟୁକ୍ତ ବିଶ୍ୱଜିତ୍ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ୯ ଜଣିଆ ଅଣ-ଵଂଶାନୁକ୍ରମିକ ଟ୍ରଷ୍ଟ ବୋର୍ଡ ଗଠନ କରିଥିଲେ।

ଏହାକୁ‌ କେତେକ ସେବାୟତ ଓ‌ ଗ୍ରାମବାସୀ ବିରୋଧ କରି ଦେବୋତ୍ତର ଆୟୁକ୍ତଙ୍କ ନିକଟରେ ଅପିଲ କରିଥିଲେ। ଏଥିରେ ହସ୍ତକ୍ଷେପ କରି ଦେବୋତ୍ତର ଆୟୁକ୍ତ ଉକ୍ତ ଟ୍ରଷ୍ଟ ବୋର୍ଡ କୁ ରଦ୍ଦ କରି ସ୍ଥାନୀୟ ତହସିଲଦାରଙ୍କୁ ଅନ୍ତରୀଣ ଟ୍ରଷ୍ଟି ଭାବେ ନିଯୁକ୍ତି ଦେଇଥିଲେ। ହେଲେ ଏହାକୁ ଚ୍ୟାଲେଞ୍ଜ କରି ଗଠନ ହୋଇଥିବା ଟ୍ରଷ୍ଟ ବୋର୍ଡ ହାଇକୋର୍ଟ ଙ୍କ ଦ୍ୱାରସ୍ଥ ହୋଇଥିଲା। ହାଇକୋର୍ଟ ଙ୍କ ରାୟ ଅନୁସାରେ ବିଶ୍ୱଜିତ୍ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଗଠିତ ଟ୍ରଷ୍ଟ ବୋର୍ଡ କାଏମ ରହିଲା ବୋଲି ଜଣାପଡିଛି।

 

Leave a Reply

Your email address will not be published. Required fields are marked *