ଜଗତସିଂହପୁର,୦୪/୧୧/୨୦୨୬(ଓଡ଼ିଶା ସମାଚାର)- ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କଳିଙ୍ଗ ବାଲିଯାତ୍ରା ଉତ୍ସବ ୨୦୨୬ ତା.୨୩.୧୧.୨୦୨୬ ରିଖ ଠାରୁ ତା. ୨୯.୧୧.୨୦୨୬ ରିଖ ପର୍ଯ୍ୟନ୍ତ ପାରାଦ୍ବୀପ ସମୁଦ୍ର ବେଳାଭୂମି ବାଲିଯାତ୍ରା ପଡିଆ ଠାରେ ମହା ସମାରୋହରେ ପାଳିତ କରାଯିବ । ଏହି ଅବସରରେ ପ୍ରତିଦିନ ସନ୍ଧ୍ୟା ରେ ବାଲିଯାତ୍ରା ମଞ୍ଚ ରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବାର ବ୍ୟବସ୍ଥା ରହିଛି । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଭାଗ ନେବା ପାଇଁ ଇଛୁକ ବ୍ୟକ୍ତି ବିଶେଷ/ଅନୁଷ୍ଠାନ ମାନେ ତା.୧୦.୧୧.୨୦୨୬ ରିଖ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ, ପାରାଦ୍ବୀପ କାର୍ଯ୍ୟାଳୟ ରେ ଆବେଦନ ପତ୍ର ଦାଖଲ କରିପାରିବେ । ଅନୁଷ୍ଠାନ ଦ୍ବାରା ପୂର୍ବରୁ ପ୍ରଦର୍ଶିତ କରିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ (ନୃତ୍ୟ / ସଂଗୀତ) ର ଭିଡିଓ e-mail (kalingabalijatracommittee@gmail.com) ମାଧ୍ୟମରେ ପ୍ରେରଣ କରିବାକୁ ଅନୁରୋଧ କରାଯାଇଛି। ପ୍ରକାଶ ଥାଉକି ତା.୧୦.୧୧.୨୦୨୬ ରିଖ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ କୌଣସି ଆବେଦନ ପତ୍ର ଗ୍ରହଣ କରାଯିବ ନାହିଁ।
-0-
ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
