କଟକ ସଦର,୦୩/୦୧/୨୦୨ ୪ (ଓଡ଼ିଶା ସମାଚାର ବିଷ୍ଣୁ ବେହେରା): ଗତ ଡିସେମ୍ବର ୧୨ ତାରିଖ ଦିନ କିଶନନଗର ଥାନା ଅନ୍ତର୍ଗତ ମାଣପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଵିଜେପି ର ବିକ୍ଷୋଭ ପ୍ରଦର୍ଶନକୁ ଭଣ୍ଡୁର କରି ମାଡ଼ପିଟ କରିଥିବା ଅଭିଯୁକ୍ତଙ୍କୁ ପୋଲିସ ଘଣ୍ଟ ଘୋଡାଉ ଥିବା ଅଭିଯୋଗରେ ଆସନ୍ତା ୧୧ ତାରିଖ ଦିନ କଟକ ଗ୍ରାମାଞ୍ଚଳ ପୋଲିସ ଅଧିକ୍ଷକ (ଏସପି) କାର୍ଯ୍ୟାଳୟ ସମ୍ମୁଖରେ ଵିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯିବ ଵୋଲି ସଦର ଵିଜେପି ନେତା ଇଂ ପ୍ରକାଶ ଚନ୍ଦ୍ର ସେଠୀଙ୍କ ସୂତ୍ରରୁ ଜଣାପଡିଛି। ସୂଚନାଯୋଗ୍ୟ ଯେ ଏ ସମ୍ପର୍କରେ ଡିସେମ୍ବର ୨୨ ତାରିଖରେ ଵିଜେପି ରାଜ୍ୟ କାର୍ଯ୍ୟାଳୟ ଠାରେ ରାଜ୍ୟ ଉପସଭାପତି ଲେଖାଶ୍ରୀ ସାମନ୍ତସିଂହାର ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ।