ଆଜାଦ୍ ହିନ୍ଦ୍ କ୍ରିକେଟ୍ ଆସୋସିଏସନ ଆନୁକୁଲ୍ୟରେ ୨୩ତମ ବାର୍ଷିକ ପ୍ରିମିଅର ଲିଗ୍‌ ଉଦ୍‌ଯାପିତ

ଆର.ଏନ କ୍ରିକେଟ ଟିମ୍ ଚମ୍ପିୟନ

ନେମାଳ, ୧୬/୦୧/୨୦୨୬ ( ଓଡିଶା ସମାଚାର/ ଅଭୟ ଜେନା  ) -ନେମାଳ ସ୍ଥିତ ଆଜାଦ୍ ହିନ୍ଦ୍ କ୍ରିକେଟ୍ ଆସୋସିଏସନ ଆନୁକୁଲ୍ୟରେ ତିନିଦିନ ବ୍ୟାପି ଅନୁଷ୍ଠିତ ୨୩ତମ ବାର୍ଷିକ ପ୍ରିମିଅର ଲିଗ୍ ଉଦ୍‌ଯାପିତ ହୋଇଯାଇଛି । କ୍ରୀଡ଼ାବିତ୍ ସେକ୍ ଗୁଲାମ ଅଲ୍ଲୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଅଚ୍ୟୁତ ସେନାର ପ୍ରତିଷ୍ଠାତା ସଭାପତି ଅଧ୍ୟାପକ ଡ. ବିନୟ କୁମାର ଦାସ ଯୋଗଦେଇ କ୍ରୀଡ଼ାବିତ ମାନଙ୍କୁ ଉତ୍ସାହିତ କରିଥିଲେ । ଅତିଥି ଭାବେ ସମାଜସେବୀ ସନାତନ ସାହୁ ,କାଦିର ମହମ୍ମଦ , ସେକ ସିରାଜ ଉଦିନ ,ସେକ ସଲାମ ,ଇରଫାନ ଖାନ ପ୍ରମୁଖ ଯୋଗଦେଇଥିଲେ ।

ଉକ୍ତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ମୋଟ ୮ଟି ଟିମ୍ ଅଂଶଗ୍ରହଣ କରିଥିବା ବେଳେ ଫାଇନାଲ ମ୍ୟଚ ଆର.ଏନ କ୍ରିକେଟ ଟିମ୍ ବାଲିଆପଦା ଓ ତରତ କ୍ରିକେଟ ଟିମ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଆର.ଏନ କ୍ରିକେଟ ଟିମ୍ ଟସ୍‌ଜିଣି ବ୍ୟାଟିଙ୍ଗ୍ କରିବାକୁ ନିଷ୍ପତ୍ତି ନେଇ ବିଜୟ ହୋଇଥିଲା । ଉକ୍ତ ଟୁର୍ଣ୍ଣାମେଣ୍ଟ କୁ ସେକ୍ ମାନୱାର ଅଲ୍ଲୀ, ସେକ୍ ରିହାନ ଖାଁନ୍ ,ସେକ୍ ଇମରାନ ଖାଁ ଅମ୍ପେୟାର ଭାବେ ରହି ପରିଚାଳନା କରିଥିବା ବେଳେ ସେହେନାୱାଜ ଖାନ ,ମିର୍ଜା଼ ଖାଲଦ଼ ବେଗ, ମେହେଫୁକ ହୁସେନ, ରିଜ଼ୀୱାନ ଖାନ ,ନିରଞ୍ଜନ ସାହୁ , ପ୍ରମୁଖ ସହଯୋଗ କରିଥିଲେ ।

 

Leave a Reply

Your email address will not be published. Required fields are marked *