କନ୍ଦରପୁର କଲେଜର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ 

କଟକ ସଦର,୧୬/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର କଲେଜର ଆଜି ଶୁକ୍ରବାର ଦିନ ବାର୍ଷିକ ଉତ୍ସବ ମହାସମାରୋହରେ ପାଳନ କରାଯାଇଛି।

ଏହି ଉପଲକ୍ଷେ ଅଧ୍ୟକ୍ଷା ଡ଼ଃ ସ୍ୱାତୀ ପଣ୍ଡାଙ୍କ ପୈ।ରୋହିତ୍ୟରେ  ଆୟୋଜିତ ସଭାରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଙ୍କ ସମେତ ବାଲିକୁଦା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଗୀତିକାର, ସଙ୍ଗୀତକାର, କଣ୍ଠଶିଳ୍ପୀ ପ୍ରାଧ୍ୟାପକ ଦେବେନ୍ଦ୍ର ନାଥ ବାରିକ, ଓଡ଼ିଆ ଚଳଚ୍ଚିତ୍ର ତାରକା ପୁନମ୍ ମିଶ୍ର,ଲୋରିଆ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।

ଶେଷରେ କୃତି ପ୍ରତିଯୋଗୀଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଡ଼ଃ ନମୀତା ପଟ୍ଟନାୟକ, ଅଧ୍ୟାପକ ସଂଗ୍ରାମ କେଶରୀ ଜଗଦେଵ, ଅଧ୍ୟାପକ ପ୍ରଦୀପ ବିଶ୍ବାଳ, ଅଧ୍ୟାପକ ଆଦିତ୍ୟ ସ୍ୱାଇଁ, ଅଧ୍ୟାପିକା ଲକ୍ଷ୍ମୀ ବେଉରିଆ, ଅଧ୍ୟାପକ ଏସ୍ ଚକ୍ରବର୍ତ୍ତୀ, ବରିଷ୍ଠ କିରାଣି ସଂଜୟ ମିଶ୍ର, ବାବାଜୀ ଵିଶ୍ଵାଳ,ସଂଗ୍ରାମ ବେହେରା ଙ୍କ ସମେତ ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଓ କର୍ମଚାରୀ ସହାୟତା କରିଥିଲେ।

Leave a Reply

Your email address will not be published. Required fields are marked *