ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଶୁଭାରମ୍ଭ

ଜଗତସିଂହପୁର,୦୨/୦୪/୨୦୨୫ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନ ୮ ଘଟିକା ସମୟରେ ଏକ ଶୁଭ ମୁହୂର୍ତ୍ତରେ ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଜଗତସିଂହପୁର ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କର କମଳରେ ଶିକ୍ଷା ସଚେତନତା ରଥର ଶୁଭ ଉଦ୍ଘାଟନ କରାଯାଇଥିଲା। ଏହି ଅବସରରେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ, ମଣ୍ଡଳ ଶିକ୍ଷା ଅଧିକାରୀ,ମଣ୍ଡଳ ସହ ଶିକ୍ଷା ଅଧିକାରୀ,ଜିଲ୍ଲା ଶୈଖିକ ସଂଯୋଜକ, ଅନୁସୂଚିତ ଜାତି/ ଜନଜାତି ସଂଯୋଜିକା, ସମସ୍ତ CRCC ଓ ଅନ୍ୟ ସମସ୍ତ କର୍ମ କର୍ତ୍ତା ଉପସ୍ଥିତ ଥିଲେ।

ତତ୍ ପରେ ପ୍ରାକ୍ଟିସିଂ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟର ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ FLN ପ୍ରକୋଷ୍ଠରେ ୬ ଜଣ ନୂଆ ଶିଶୁଙ୍କ ଖଡ଼ି ଛୁଆଁ (ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ) କାର୍ଯ୍ୟ ଯଥାବିଧି କରାଯାଇଥିଲା। ଏହା ବ୍ୟତୀତ ଶ୍ରେଣୀ ପ୍ରକୋଷ୍ଠରେ ଥିବା ୩ଟି ଶିକ୍ଷଣ କୋଣରେ ଥିବା ଶିକ୍ଷଣ ସାମଗ୍ରୀ ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡ଼ିକୁ ଉପସ୍ଥିତ ସମସ୍ତ ଅଧିକାରୀ ଓ ଅନ୍ୟ ଅଂଶଗ୍ରହଣକାରୀ ମାନେ ବୁଲି ଦେଖିଥିଲେ। ପରେ ପରେ ଏହି କାର୍ଯ୍ୟକ୍ରମ ଉପଲକ୍ଷେ ଏକ ସଭାର ଆୟୋଜନ କରାଯାଇଥିଲା।

ଏହି ସଭାର ସଭାପତିତ୍ବ କରିଥିଲେ ଜଗତସିଂହପୁର ର ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀମତୀ ମଧୁସ୍ମିତା ପତି, ମୁଖ୍ୟ ଅତିଥି ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ନିରଞ୍ଜନ ବେହେରା, ସମ୍ମାନନୀୟ ଅତିଥି ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପରେଶ ଚନ୍ଦ୍ର ପାତ୍ର, ଶ୍ରୀମତୀ ରାଜ୍ୟଶ୍ରୀ ସାହୁ,ଜିଲ୍ଲା  ସୈଖିକ ସଂଯୋଜକ ତପନ କୁମାର ନନ୍ଦ, ଜିଲ୍ଲା ଅନୁସୂଚିତ ଜାତି/ ଜନଜାତି ସଂଜୋଜିକା ଶ୍ରୀମତୀ ସସ୍ମିତା ବାରିକ, ସହକାରୀ ମଣ୍ଡଳ ଶିକ୍ଷା ଅଧିକାରୀ ଶ୍ରୀମତି ଅନସୂୟା ଭୋଇ, ଶ୍ରୀମତୀ କନକଲତା ଦାସ,୭ ନଂ ୱର୍ଡ୍ ର କାଉନ୍ସିଲର ଶ୍ରୀ ଗୋଲାମ ଅଲ୍ଲୀ ଖାଁ, ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସନ୍ଧ୍ୟାରାଣୀ ଦାସ ନିଜ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ।

ଶେଷରେ କୁନି କୁନି ପିଲା ମାନଙ୍କୁ ମୁଖ୍ୟ ଅତିଥି ଓ ସମସ୍ତ ସମ୍ମାନନୀୟ ଅତିଥି ମାନଙ୍କ ଦ୍ଵାରା ସାକ୍ଷରତା କିଟ୍ ପ୍ରଦାନ କରାଯାଇଥିଲା। ବିଦ୍ୟାଳୟର ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ କୃତି ପ୍ରଧାନ ଶିକ୍ଷକ ଶ୍ରୀ ତୁଳସୀ ପ୍ରସାଦ ମହାପାତ୍ର, ଅତିଥି ପରିଚୟ ପ୍ରଦାନ କରିଥିଲେ CRCC ଶ୍ରୀମତୀ ପୁଷ୍ପଲତା ସାହୁ ଓ ଧନ୍ୟବାଦ୍ ଅର୍ପଣ କରିଥିଲେ CRCC ଶ୍ରୀ ଶିବ ପ୍ରସାଦ ନାୟକ।

Leave a Reply

Your email address will not be published. Required fields are marked *