କଟକ,୧୫/୦୧/୨୦୨୬(ଓଡ଼ିଶା ସମାଚାର)- ଫାଙ୍କା ଗୁଳି ଚାଳନା କରି ଲୁଟ୍ । ବନ୍ଧୁକ ଦେଖାଇ ପିତଳ ବ୍ୟବସାୟୀଙ୍କ ଠାରୁ ୫ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ । ସ୍ଥାନୀୟ ଚୌଧୁରୀବଜାର ଜାଉଁଳିଆପଟି ଅଂଚଳରେ ଏହି ଲୁଟ ଘଟିଛି । ଝୋଲାସାହି ଭଗତପୁର ଅଂଚଳର ପିତଳ ବ୍ୟବସାୟୀ ଉପେନ୍ଦ୍ର ମହାରଣା ଦୋକାନ ଖୋଲି ବସିଥିଲେ । ସ୍କୁଟିରେ ଆସି ଜିନିଷ କିଣିବା ବାହାନାରେ ଦୁର୍ବୃତ ବ୍ୟବସାୟୀଙ୍କୁ ଟଙ୍କା ମାଗିଥିଲେ ।
ପରେ ଟଙ୍କା ନଦେବାରୁ ଦୁର୍ବୃତ ଫାଙ୍କା ଗୁଳି ଚାଳନା କରିଥିଲେ । ଏହାପରେ ଦୁର୍ବୃତ ୫ହଜାର ଟଙ୍କା ଲୁଟିନେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ । ଏ ନେଇ ବ୍ୟବସାୟୀ ଜଣକ ପୁରୀଘାଟ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇ ଘଟଣା ସ୍ଥଳକୁ ଯାଇ ଖୋଳତାଡ଼ କରିବା ସହ ଆଖପାଖ ସିସିଟିଭି ଯାଂଚ କରିଥିବା ସୂଚନା ମିଳିଛି ।
