କନ୍ଦରପୁର କଲେଜ ପରିସରରେ ଵ୍ଲକ ସ୍ତରୀୟ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ 

କଟକ ସଦର, ୦୮/୦୧/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓଡ଼ିଶା ଙ୍କ ପକ୍ଷରୁ ଆଜି ବୁଧବାର ଦିନ କଟକ ସଦର ଅନ୍ତର୍ଗତ କନ୍ଦରପୁର କଲେଜ ପରିସରରେ କଟକ ସଦର ବ୍ଲକ ସ୍ତରୀୟ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର-୨୦୨୪ ଅନୁଷ୍ଠିତ ହୋଇଯାଇଛି। ଏହାକୁ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଉଦଘାଟନ କରି ସମାଜରେ ଥିବା ସମସ୍ତ ପ୍ରକାର ଭିନ୍ନକ୍ଷମ ମାନଙ୍କୁ ଚିହ୍ନଟ କରାଯାଇ ସରକାରଙ୍କ ପକ୍ଷରୁ ସାହାଯ୍ୟ ସହଯୋଗ ଯୋଗାଇଦେବା ଶିବିରର ଉଦେଶ୍ୟ ବୋଲି କହିଥିଲେ। ଏହି ଉପଲକ୍ଷେ ସଦର ଵିଡିଓ ଇଂ ପ୍ରତୀକ କୁମାର ସାହୁ ଙ୍କ ସଭାପତିତ୍ବରେ ଏଵଂ ଅତିରିକ୍ତ ଵିଡିଓ ଝାଡେଶ୍ୱର ଦାସଙ୍କ ସଂଯୋଜନାରେ ଆୟୋଜିତ ସଭାରେ ଵେଣ୍ଟକାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଡାକ୍ତର ଶୁଭାଶିଷ ଶତପଥି, ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହାଳି, କିଶନନଗର ସରପଂଚ ସୁଜାତା ସେଠୀ, ଫକିରପଡା ସରପଂଚ ମିଲି ସେଠୀ, କନ୍ଦରପୁର ସରପଂଚ ସୁଭାଷିନୀ ରାଉତ ଙ୍କ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରିଣୀ (ଵିଏସଏସଓ) ପ୍ରିୟଦର୍ଶିନୀ ମହାପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଵ୍କକର ସମସ୍ତ ବିଭାଗ‌ ଅଧିକାରୀ ଓ କର୍ମଚାରୀଙ୍କ ସମେତ ହୃଷିକେଶ ଜେନା, ଗୋକୁଳ ପ୍ରଧାନ, ଅଭୟ ସ୍ୱ।ଇଂ, ନିରଞ୍ଜନ ରାଉଳ, ଅକ୍ଷୟ ଜେନା, ଇଂ ପ୍ରଭାତ ସେଠୀ, ଅବିନାଶ ମହାନ୍ତି, ପ୍ରଦୀପ୍ତ ଦାସ, ସରୋଜ ବାରିକ୍, ଵାପି ନନ୍ଦ ପ୍ରମୁଖ ସହାୟତା ପ୍ରଦାନ କରିଥିଲେ। ଶିବିରରେ ବିଭିନ୍ନ ଵର୍ଗର ୯୯୫ ଜଣ ଭିନ୍ନକ୍ଷମ ସେମାନଙ୍କର ନାମ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କର ବିଭାଗୀୟ ଡାକ୍ତର ମାନଙ୍କ ଦ୍ୱାରା ପରୀକ୍ଷା ନିରୀକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *