ରକ୍ତଦାନ ଶିବିର ପାଇଁ ପ୍ରସ୍ତୁତି ବୈଠକ

କେନ୍ଦ୍ରାପଡ଼ା,୧୫/୦୧/୨୦୨୬(ଓଡ଼ିଶା ସମାଚାର)-ସମୀର ଟିଭିଏସ ପକ୍ଷରୁ ଆସନ୍ତା ୨୧ତାରିଖରେ ଦୁହୁରିଆସ୍ଥିତ ସମୀର ଟିଭିଏସ ରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହେବ । ଏନେଇ ବୁଧବାର ଅପରାହ୍ନରେ ସମୀର ଟିଭିଏସ ପରିସରରେ ପରିଚାଳନା ନିର୍ଦେଶକ ସମୀର କୁମାର ଚାନ୍ଦଙ୍କ ପୌରୋହିତ୍ୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ କିଭଳି ଅଧିକରୁ ଅଧିକ ଲୋକ ଯୋଗଦେଇ ରକ୍ତଦାନ କରିପାରିବେ ସେ ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା । ପ୍ରତ୍ୟେକ ଅନୁନ୍ୟ ୫ଜଣ କରି ରକ୍ତଦାତାଙ୍କୁ ବୁଝାଇ ସେଦିନ ରକ୍ତଦାନ ନିମନ୍ତେ ଆଣିବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ବୈଠକରେ ଦୁର୍ଯେ୍ୟାଧନ ମହାରଣା, ଲକ୍ଷ୍ମୀକାନ୍ତ ବେହେରା, ସୁବାସ ସ୍ୱାଇଁ, ନିକୁଞ୍ଜଶେଖର ନାୟକ, ଶୁଭଶ୍ରୀ ନାୟକ, ସତ୍ୟବ୍ରତ ଦାସ, ଦିପ୍ତିମୟୀ ସେଠୀ, ଜଗନ୍ନାଥ ମହାରଣା, କ୍ଷିତିଶ କୁମାର କର, ଅନିଜା ଜେନା, ରଶ୍ମୀ, ସାମ୍ବାଦିକ ସୁବ୍ରତ କୁମାର ସାମଲ, ସୁଶାନ୍ତ ନାୟକ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *