ଭୁବନେଶ୍ୱର, ୨୯/୮/୨୦୨୪ (ଓଡ଼ିଶା ସମାଚାର)- ପଶ୍ଚିମ ଓଡ଼ିଶା ର ଗଣପର୍ବ ନୂଆଁଖାଇ ଆସନ୍ତା ସେପ୍ଟେମ୍ବର ୮ ତାରିଖ ରବିବାର ଦିନ ପାଳିତ ହେବାକୁ ଲଗ୍ନ ଧାର୍ଯ୍ୟ ହୋଇଛି । ନୂଆଁଖାଇ ରବିବାର ଛୁଟି ଦିନରେ ପଡ଼ୁଥିବାରୁ ଆସନ୍ତା ସେପ୍ଟେମ୍ବର ୯ ତାରିଖ ସୋମବାର କୁ ନୂଆଁଖାଇ ପାଇଁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି । ସେପ୍ଟେମ୍ବର ୯ ତାରିଖ ସୋମବାର ସରକାରୀ ଛୁଟି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଛନ୍ତି । ସେପ୍ଟେମ୍ବର ୯ ତାରିଖ ସୋମବାର ଦିନ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିବ ।