ଅଗ୍ନିବିପନ୍ନଙ୍କୁ ସାଂସଦଙ୍କ ସହାୟତା ପ୍ରଦାନ

କେନ୍ଦ୍ରାପଡ଼ା,୦୩/୧୧/୨୦୨୪ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ବ୍ଲକ ଅଧିନ ଚକ୍ରୋଡା ଗ୍ରାମପଂଚାୟତର ନରିଲୋ ଗ୍ରାମର ତ୍ରୈଲୋକ୍ୟ ନାୟକଙ୍କ ଘର ସହିତ ଗୁହାଳ ଘର ଗତ ୩୧ ତାରିଖ ରାତିରେ ଆକସ୍ମିକ ଅଗ୍ନିକାଣ୍ଡରେ ସମ୍ପୂର୍ଣ ପୋଡି ଯାଇଥିଲା । ସେଥିରେ ତାଙ୍କର ୩ ଟି ଗାଈ ପୋଡିହୋଇ ମରିଯିବା ସହିତ ଅନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ପତ୍ର ପୋଡି ଯାଇଥିଲା । ବିଜେପି ନେତ୍ରୀ ଗୀତାଞ୍ଜଳି ସେଠୀଙ୍କ ଠାରୁ ଏସମ୍ପର୍କରେ ଖବର ପାଇବା ପରେ କେନ୍ଦ୍ରାପଡ଼ା ଲୋକସଭା ସାଂସଦ ବୈଜୟନ୍ତ ପଣ୍ଡା ତୁରନ୍ତ ସହାୟତା ପ୍ରଦାନ କରିଛନ୍ତି । ସେହି ସହାୟତାକୁ ପଂଚାୟତ ବିଜେପି ସଭାପତି ବାବାଜୀ ବେହେରା, ସରପଂଚଙ୍କ ପ୍ରତିନିଧି ନିରଞ୍ଜନ ନାୟକ ଓ ନାଏବ ସରପଂଚ ଜ୍ଞାନରଞ୍ଜନ ଲେଙ୍କା ପ୍ରମୁଖ ଅଗ୍ନିବିପନ୍ନ ତ୍ରୈଲୋକ୍ୟ ନାୟକଙ୍କ ପାଖରେ ରବିବାର ପହଂଚାଇଛନ୍ତି । ଏଥି ପାଇଁ ନରିଲୋ ଗ୍ରାମ ଓ ଚକ୍ରୋଡା ପଂଚାୟତର ଲୋକମାନେ ସାଂସଦଙ୍କୁ ସାଧୁବାଦ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *