ଅରିଲୋ ଧାନ ମଣ୍ଡି ଖୋଲିବା ବିବାଦର ସମାଧାନ ପାଇଁ ଦାବି

କଟକ ସଦର ,୧୪/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧିନସ୍ଥ ଅରିଲୋ କୃଷକ ସେବା ସମବାୟ ସମିତି ପକ୍ଷରୁ ଧାନ ମଣ୍ଡି ସ୍ଥାନକୁ ନେଇ ବିବାଦ ଘନିଭୂତ ହେଉଥିବା ବେଳେ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ଏଥିପାଇଁ ଧାନ ଦେବାକୁ ଟୋକନ ପାଇ ଅପେକ୍ଷା କରିଥିବା ଚାଷୀ ମାନେ ଏବେ ଆଶା ଆଶଙ୍କାରେ ରହିଥିବା ଜଣାପଡିଛି।

ପ୍ରକାଶ ଯେ ଦୀର୍ଘ ୧୨ ବର୍ଷରୁ ଉର୍ଦ୍ଧ୍ବ ହେବ ମଣ୍ଡି କଟକ ପାରାଦୀପ ରାସ୍ତାର ସୋମପୁର ଠାରେ ଖୋଲା ଯାଉଥିବା ବେଳେ ଏବେ ଅନେକ ଚାଷୀ ମଣ୍ଡିଟି ଅରିଲୋ ସମିତି ନିକଟରେ କରିବାକୁ ଅଡ଼ି ବସିଛନ୍ତି। ପ୍ରଶାସନିକ ସ୍ତରରେ ଦୁଇଟି ଯାକ ସ୍ଥାନକୁ ସରଜମିନ ତଦନ୍ତ କରାଯାଇ ସ୍ଥାନ ନିରୂପଣ କୁ ଝୁଲାଇ ରଖାଯାଇଥିବାରୁ ଚାଷୀ ଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।

ସେଥିପାଇଁ ଆଜି ବୁଧବାର ଦିନ ଅନେକ ଚାଷୀ ସମିତି ନିକଟରେ ରୁଣ୍ଡ ହୋଇ ମଣ୍ଡି ସମିତି ନିକଟରେ ଖୋଲିବାକୁ ପ୍ରଶାସନ ଉଦେଶ୍ୟ ରେ ସାମ୍ବାଦିକ ଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। ଏଥିରେ ପତିତପାବନ ପାଣିଗ୍ରାହୀ, ସୁବର୍ଣ୍ଣ କେଶରୀ ପଣ୍ଡା, ଲଲାଟେନ୍ଦୁ ଖୁଣ୍ଟିଆ, ଅକ୍ଷୟ ସାହୁ, ଶକ୍ତି ପ୍ରସାଦ ସ୍ୱାଇଁ, ତ୍ରିନାଥ ଦାଶ, ବାଉରୀବନ୍ଧୁ ସ୍ୱାଇଁ, ରମେଶ ନନ୍ଦ ପ୍ରମୁଖ ବହୁ ଚାଷୀ ଉପସ୍ଥିତ ଥିଲେ।ଏ ସମ୍ପର୍କରେ ସମିତି ର ସଂପାଦକ କୁହନ୍ତି ଯେ ମୋତେ ସୋମପୁର ଠାରେ ମଣ୍ଡି ଖୋଲିବାକୁ ପ୍ରଶାସନ ଚିଠି ଦେଇଥିବାରୁ ଆନୁସଙ୍ଗିକ ବ୍ୟବସ୍ଥା ଶେଷ ହୋଇଛି। ଯଦି ଅରିଲୋ ଠାରେ ଖୋଲା ଯିବାର ଚିଠି ପାଏ ତେବେ ସେଠାରେ ଖୋଲାଯାଇ ପାରିବ।

Leave a Reply

Your email address will not be published. Required fields are marked *