କଟକ ସଦର ,୧୪/୦୧/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର କାଇଜଙ୍ଗ ରାଜ ଉଆସରେ ସର୍ବଧର୍ମ ସମନ୍ୱୟ ର ପ୍ରତୀକ ଗହଣଦଳର ପ୍ରତିଷ୍ଠାତା ରାଜା ଶ୍ରୀ ନରସିଂହ ଦେବଙ୍କ ୭୪ ତମ ଜୟନ୍ତୀ ମହୋତ୍ସବ ଆଜି ବୁଧବାର ମକର ସଂକ୍ରାନ୍ତିରେ ମହାସମାରୋହରେ ଏଵଂ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି।

ଏହି ଅବସରରେ ଉଆସ ପରିସରରେ ଅଖଣ୍ଡ ନାମ ଯଜ୍ଞ,ଘୃତ ଯଜ୍ଞ,ଅନ୍ନ ଯଜ୍ଞ ଅହୋରାତ୍ର ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ରାଜ୍ୟର ୧୬ ଟି ମଣ୍ଡଳ ର ୫୦ ହଜାର ରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଙ୍କ ସମେତ ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଓ ବହୁ ବ୍ୟକ୍ତିବିଶେଷ କେଶରୀ ନଗର ରାଜ ଉଆସରେ ଯୋଗଦେଇ ରାଜାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ।
କାର୍ଯ୍ୟକ୍ରମ ପରିଚାଳନାରେ ରାଜକୁମାର ଆଶୁତୋଷ ଦେଵ ଓ ରାଜକୁମାର ଦେବାଶିଷ ଦେଵ ସହାୟତା କରିଥିଲେ। ଅସମ୍ଭବ ଭିଡକୁ ଦୃଷ୍ଟିରେ ରଖି ଉଆସ ପରିସରରେ କିଶନନଗର ଥାନା ପକ୍ଷରୁ ବ୍ୟାପକ ପୋଲିସ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହିତ ଅସ୍ଥାୟୀ ସ୍ୱାସ୍ଥ୍ୟ ସେଵା ଶିବିର ଓ ଶ୍ରଦ୍ଧାଳୁମାନଙ୍କ ପାଇଁ ଅସ୍ଥାୟୀ ରହଣୀ ଶିବିରର ବ୍ୟବସ୍ଥା କରାଯାଇଥିଲା।
