ଭାରତୀୟ ଜନତା ପାର୍ଟି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଙ୍କ ଭୁବନ ଗସ୍ତ

ଭୁବନ ୧୫/୦୯/୨୦୨୫ (ଓଡ଼ିଶା ସମାଚାର)-  ଭାରତୀୟ ଜନତା ପାର୍ଟି ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ମହେଶ୍ୱର ସାହୁ ଏକ ଦିନିକିଆ ଗସ୍ତରେ ଭୁବନ ଆସି ସାର ସମସ୍ୟା ନେଇ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ। ସଭାପତି ଶ୍ରୀଯୁକ୍ତ ସାହୁ ଙ୍କୁ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଭୁବନ ନଗର ମଣ୍ଡଳ ସଭାପତି ଅଜିତ୍ କୁମାର ବିହାରୀ ଙ୍କ ନେତୃତ୍ଵରେ ଦଳୀୟ କାର୍ଯ୍ୟକର୍ତ୍ତା ମାନେ ପୁଷ୍ପଗୁଛ ପ୍ରଦାନ କରି ସ୍ବାଗତ ଜଣାଇଥିଲେ।

ପରେ ଭୁବନ ସମବାୟ ସମିତିକୁ ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ଶ୍ରୀଯୁକ୍ତ ସାହୁ , ବିଧାୟକ ଶତୃଘ୍ନ ଜେନା ଙ୍କ ସହ ଯାଇ ଚାଷୀ ମାନଙ୍କ ସାର ଅଭାବୀ ସମସ୍ୟା ବିଷୟରେ ଆଲୋଚନା କରି କହିଥିଲେ ଯେ, ଚାଷୀ ଭାଇ ମାନେ ହେଲେ ଆମ ରାଜ୍ୟର ଶକ୍ତି ।ଆମେ ଚାଷୀ ମାନଙ୍କ ଶ୍ରମ ଓ ପ୍ରୟାସ କୁ ସମ୍ମାନ ଦେଉ । ସମସ୍ତଙ୍କ ପାଇଁ  ସାର ଉପଲବ୍ଧତା ନିଶ୍ଚିତ କରିବାରେ ଆମର ଦାୟିତ୍ୱ । ଭୁବନ ସେବା ସମବାୟ ସମିତି କୁ ୨ଟି କିସ୍ତିରେ ୧୧୧୦ ବସ୍ତା ୟୁରିଆ ସାର ଯୋଗାଇ ଦିଆଯାଇଛି ବୋଲି ସୂଚନା ଦେଇଥିଲେ । ରାଜ୍ୟ ସଭାପତି ଙ୍କ ଗସ୍ତ ସମୟରେ ସମବାୟ ସମିତି ସଭାପତି ଶଙ୍କର୍ଷଣ ସାହୁ ,ସମ୍ପାଦକ ବିଜୟ କୁମାର ସାହୁ ,ପ୍ରତାପ ନାୟକ,ଟୁକୁନା ପୃଷ୍ଟି,ସମୀର ସାହୁ, ବରିଷ୍ଠ ନାଗରିକ ରଥ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *