କାନୁପୁର, ସୁବର୍ଣ୍ଣରେଖା ଏବଂ ଆନନ୍ଦପୁର ଜଳ ସେଚନ ପ୍ରକଳ୍ପ ସମୀକ୍ଷା କଲେ  ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ

ଭୁବନେଶ୍ୱର,୦୬/୧୦/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ କାନୁପୁର, ସୁବର୍ଣ୍ଣରେଖା ଏବଂ ଆନନ୍ଦପୁର ପ୍ରକଳ୍ପର ବିସ୍ତୃତ ସମୀକ୍ଷା କରାଯାଇଥିଲା। ବୈଠକରୁ ଜଣାଯାଇଛି ଯେ,  କାନୁପୁର ଜଳସେଚନ ପ୍ରକଳ୍ପର ମୁଖ୍ୟ କାର୍ୟ୍ୟ ପ୍ରାୟତଃ  ସଂପୂର୍ଣ୍ଣ ହୋଇଛି ।

ପ୍ରାରମ୍ଭିକ ମୌସୁମୀ ବର୍ଷା  ଯୋଗୁଁ ବାଧାପ୍ରାପ୍ତ ହୋଇଥିବା ଡିପ୍ଲିସିଏସନ୍ ସ୍ଲୁଇସ୍ ଏବଂ କିଛି ଗେଟ୍ ନିର୍ମାଣକୁ ଛାଡି ଦେଲେ ମୁଖ୍ୟ କେନାଲ ଏବଂ ବଣ୍ଟନ ବ୍ୟବସ୍ଥା ଯଥାକ୍ରମେ ୯୪% ଏବଂ ୭୫% ସମ୍ପୂର୍ଣ୍ଣ ହୋଇଛି। ଆସନ୍ତା ରବି ଋତୁରେ ୧୨୦୦୦ ହେକ୍ଟର ରବି ଜଳସେଚନ ଯୋଗାଇ ଦିଆଯିବ। ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପର ପର୍ୟ୍ୟାୟ-୧ କାର୍ୟ୍ୟ ସମ୍ପୂର୍ଣ୍ଣ ସମାପ୍ତ ହୋଇଛି  ଏବଂ ପର୍ୟ୍ୟାୟ-୨ କାର୍ୟ୍ୟ  ଭଲ ଭାବରେ ଅଗ୍ରଗତି କରୁଛି।

ସେହିପରି ଆନନ୍ଦପୁର ପ୍ରକଳ୍ପ ନିର୍ମାଣ ମଧ୍ୟ ଭଲ ଭାବରେ ଅଗ୍ରଗତି କରୁଛି। ଲିଙ୍କ କେନାଲ ସମ୍ପୂର୍ଣ୍ଣ ହୋଇଛି। ବୈତରଣୀ ଦକ୍ଷିଣ ତଟ କେନାଲ ଏବଂ ସାଳନ୍ଦୀ ବାମ ମୁଖ୍ୟ କେନାଲ ସମ୍ପୂର୍ଣ୍ଣ ହେବା ଉପରେ ରହିଛି ।୧୨୦୦୦ ହେକ୍ଟର ଆୟକଟ ପୂର୍ବରୁ ବିକଶିତ ହୋଇସାରିଛି ଏବଂ ଅନ୍ୟାନ୍ୟ ବଣ୍ଟନ ବ୍ୟବସ୍ଥା ଦ୍ରୁତ ଗତିରେ ଆଗେଇ ଚାଲିଥିବା ବୈଠକରୁ ଜଣାଯାଇଛି  ।

-୦-

ପଠାଣି ରାଉତ ,ଲୋକ ସଂପର୍କ ଅଧିକାରୀ  ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *