ଜାନୁଆରୀ ୨୩ରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ରାନ୍ତ’

କଟକ ୧୨/୦୧/୨୦୨୬(ଓଡିଶା ସମାଚାର / ଅଭୟ ଜେନା)- ୨୦୨୬ ମସିହା ଜାନୁଆରୀ ୨୩ ତାରିଖରେ ଓଡିଆ ଚଳଚିତ୍ର ଜଗତରେ ନୂଆ ସମ୍ଭାବନା,ନୂଆ ଆଶାର ସ୍ୱ।କ୍ଷର ସ୍ୱରୂପ ସମଗ୍ର ଓଡ଼ିଶାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ‘ଚକ୍ରାନ୍ତ’। ସୈ।ରଭ ପାଢ଼ୀ ‘ଚକ୍ରାନ୍ତ’ର ପ୍ରଯୋଜନା କରିଥିବା ଵେଳେ ବହୁ ଓଡ଼ିଆ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଥିବା ସ୍ୱନାମଧନ୍ୟ ନିର୍ଦ୍ଦେଶକ ପିନୁ ନାୟକ ନିର୍ଦ୍ଦେଶନା ଦେଇଛନ୍ତି ।

ଏଥିରେ ପ୍ରଥମଥର ପାଇଁ ମଣ୍ଟୁ ଓ ଭୂମିକା ଙ୍କ ଯୋଡିକୁ ଦର୍ଶକମାନେ ଦେଖିବାକୁ ପାଇବେ। ହରିହର ମହାପାତ୍ର,ଚୈ।ଧୁରୀ ଜୟ ପ୍ରକାଶ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ଧରିତ୍ରୀ ଖଣ୍ଡୁଆଳ, ନବାଗତ ଶୁଭମ ପାଢୀ,ସୁମନ ମହାନ୍ତି, କୁସୁମ ତ୍ରିପାଠୀ, ପ୍ରମୋଦ, ତୁଷାର, ଉମାକାନ୍ତ, ନିରଞ୍ଜନ ନିରୁଆ, କୃଷ୍ଣା ରାଣୀ ଏବଂ  ଈଶ୍ୱର ପ୍ରସାଦ ପାଢୀ। ପ୍ରଥମ ଥର ଲାଗି ହାସ୍ୟ କଳାକାର ସୈ।ମ୍ୟ ଶତପଥୀ ଙ୍କୁ ଏକ ବିଶେଷ ଭୂମିକାରେ ଏହି ‘ଚକ୍ରାନ୍ତ’ ଚଳଚିତ୍ରରେ ଦର୍ଶକ ଦେଖିବାକୁ ପାଇବେ।

  ‘ଚକ୍ରାନ୍ତ’ର କାହାଣୀ ଦିଶା ପାଢ଼ୀ ଲେଖିଥିବା ଵେଳେ ପୂଣ୍ୟତୋୟା ମିଶ୍ର ଏହାର ସହ ପ୍ରଯୋଜନା କରିଛନ୍ତି। ଡକ୍ଟର ନିର୍ମଳ ନାୟକ ଓ ଡକ୍ଟର ରଘୁନାଥ ସାହୁଙ୍କ ଗୀତକୁ ନିର୍ଦ୍ଦେଶନା ଦେଇଛନ୍ତି ମେଲୋଡି କିଙ୍ଗ ଅଭିଜିତ ମଜୁମଦାର ।  ନୃତ୍ୟ ନିର୍ଦ୍ଦେଶକ କବୀର ନୃତ୍ୟ ନିର୍ଦ୍ଦେଶନା ଦେଇଥିବା ବେଳେ ସିନେମାଟୋଗ୍ରାଫୀ କରିଛନ୍ତି ସୁଦର୍ଶନ ସେନାପତି। ଏହାର ବିତରଣ ଦାୟିତ୍ଵ ବହନ କରିଛନ୍ତି ପ୍ରକାଶ ଫିଲ୍ମସ ।

Leave a Reply

Your email address will not be published. Required fields are marked *